କୋଣାର୍କ ସୌନ୍ଦର୍ଯ୍ୟକରଣ ପାଇଁ ୨ଶହ ୯କୋଟି
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ୨ଶହ ୯କୋଟିର ଅନୁଦାନ ଘୋଷଣା କରିଛନ୍ତି। ଗୁରୁବାର ଅପରାହ୍ନରେ ସ୍ଥାନୀୟ ଥାନାଛକ ବିଜେଡି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧିନ କୁମାର ନାୟକ,ନଗର ବିଜେଡି ସଭାପତି ଗୋପାଳ ବେହେରା, ପଦ୍ମ ଚରଣ ବେଉରା ପ୍ରମୁଖ ଯୋଗଦେଇଥିଲେ। ଖୁବଶୀଘ୍ର କୋଣାର୍କ ଚତୁଃପାର୍ଶ୍ଵ କାର୍ଯ୍ୟ ଆରମ୍ଭ ହେବ। କୋଣାର୍କ ପ୍ରବେଶ ପଥରେ ଆକର୍ଷଣୀୟ ଗେଟ୍, ଯାନବାହାନ ପାର୍କିଂ ବ୍ୟବସ୍ଥା, କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ରୂପାନ୍ତରଣ, ରାସ୍ତା ପ୍ରଶସ୍ତିକରଣ ଓ ସଂଯୋଗକରଣ, ବ୍ୟବସାୟୀଙ୍କ ନିମନ୍ତେ ଭେଣ୍ଡିଙ୍ଗ ଜୋନ ନିର୍ମାଣ ହୋଇ ୧୮ ମାସ ମଧ୍ୟରେ ଶେଷ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟଟନସ୍ଥଳୀ କୋଣାର୍କ ବିକାଶ ପାଇଁ ୨ଶହ ୯କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହୋଇ ୧୮ ମାସରେ ସରିବ। ପର୍ଯ୍ୟଟନସ୍ଥଳୀର ବିକାଶ ସହିତ ଏଠାକାର ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ। ସୂଚନାଥାଉକି ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିରର ପାରିପାର୍ଶ୍ବିକ ବିକାଶକୁ ଆନ୍ତର୍ଜାତୀୟ ସ୍ତରୀୟ ରୂପରେଖ ଦେବା ପାଇଁ ବିଭିନ୍ନ କାର୍ଯ୍ୟ ଆରମ୍ଭ ହୋଇଛି । ୬ଲେନ ରିଙ୍ଗ ରୋଡ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚି ଥିବା ଦେଖିବାକୁ ମିଳିଛି।


