ଚାନ୍ଦମାରୀ ପଡ଼ିଆରେ ଆନ୍ତଃଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) : ସହଦେବଖୁଣ୍ଟା କ୍ରିକେଟ କ୍ଲବ ପକ୍ଷରୁ ଆନ୍ତଃଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ସହରର ଚାନ୍ଦମାରୀ ପଡ଼ିଆରେ ଉଦଘାଟିତ ହୋଇଯାଇଛି । କ୍ଲବର ସଭାପତି ସମାଜସେବୀ ଅଜୟ କୁମାର ସାମଲ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହିତ କ୍ଲବର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଯୁବକ୍ରୀଡ଼ା ପ୍ରତିଭାଙ୍କ ବିକାଶରେ କ୍ଲବର ଏହି ଉଦ୍ୟମ ବେଶ ପ୍ରଶସଂନୀୟ ବୋଲି ସେ କହିଥିଲେ । ଏହା ଦ୍ୱାରା ବହୁ ପ୍ରତିଭାବାନ ଖୋଳାଳି ନିଜର ପ୍ରତିଭା ବିକାଶ ପାଇଁ ସୁଯୋଗ ପାଇପାରୁଛନ୍ତି ବୋଲି ଶ୍ରୀ ବିଶ୍ୱାଳ ମତ ଦେଇଥିଲେ । କ୍ଲବର ସମ୍ପାଦକ ସଞ୍ଜୟ କୁମାର ବେହେରା ଉଦଘାଟନୀ କାର୍ଯ୍ୟକ୍ରମରେ ପୌରହିତ୍ୱ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ପ୍ରଭୃତି ଜିଲରୁ ମୋଟ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି ।୧୫ ଓଭର ବିଶିଷ୍ଟ ମୋଟ ୭ଟି ମ୍ୟାଚ ଅନୁଷ୍ଠିତ ହେବ । ଦୈନିକ ୨ଟି ଲେଖାଏଁ ମ୍ୟାଚ ଖେଳାଯିବା ସହ ଆସନ୍ତା ୨୦ ତାରିଖ ରବିବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଉଦଘାଟନୀ ଦିବସରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ ରେମୁଣା-୧୧ ଓ ବଡି କ୍ରାଫ୍ଟ ଏବଂ ଦ୍ୱିତୀୟ ମ୍ୟାଚ ସାଇ-୧୧ ଓ ଦରଘା ମଇଦାନ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିତ୍ୟପ୍ରସାଦ ମହାନ୍ତି, ସତ୍ୟମ ପ୍ରଧାନ ଓ ଶିବପ୍ରସାଦ ରାୟ ଆମ୍ପାୟର ଭାବେ ପ୍ରଥମ ଦିନର ମ୍ୟାଚ ପରିଚାଳନା କରିଥିଲେ । ରାଜୀବ ବୋଷ, ରଜତ ମହାନ୍ତି, ବିଜନ ବେହରା, ମହେଶ୍ୱର ଓଝା, କୌଶିକ ପାତ୍ର, ଅଶୋକ ଦାସ, ଅଜିତ କୁମାର ସାହୁ, ସୁଧାଂଶୁ ପଣ୍ଡା, ସରୋଜ ମହାନ୍ତି, ରାଜେଶ ରଣା,ଦୀପଜ୍ୟୋତି ମହାନ୍ତି, ଦେବେନ୍ଦ୍ର ସାହୁ, ସୁରଜିତ ମହାନ୍ତି, ହେମନ୍ତ ଦାସ ପ୍ରମୁଖ କ୍ଲବର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ