ପୁଲୱାମା ଆକ୍ରମଣରେ ସହିଦ ଜବାନ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌): ଗତ ୨୦୧୯ଫେବୃଆରୀ ୧୪ ତାରିଖରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଜାମ୍ମୁ କାଶ୍ମୀରର ପୁଲ ୱାମା ଠାରେ ସହିଦ ହୋଇଥିବା ସି.ଆର୍.ପି.ଏଫ୍ ର ସମସ୍ତ ବୀର ଜବାନ୍ ଭାଇଯାନଙ୍କୁ ଆଜି ସହିଦ ହେବାର ଏକ ବର୍ଷ ଅବସରରେ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିବା ବେଳେ ବେଲଗୁଣ୍ଠାର ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ସେମାନଙ୍କ ବଳିଦାନକୁ ସ୍ମରଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ସହିଦ୍ ଜବାନ୍ ଭାଇମାନଙ୍କ ଅମରାତ୍ମାର ସଦ୍ଗତି ପାଇଁ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯିବା ସହ ଏହି ଆକ୍ରମଣ କୁ ଦୃଢ଼ ନିନ୍ଦା କରାଯାଇଥିଲା ।ପରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀବୃନ୍ଦ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରି ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଡଃ ଗୁରୁମୁର୍ତ୍ତି ନାୟକ, ଅଶୋକ ସ୍ୱାଇଁ,ସନ୍ତୋଷ ପାଣିଗ୍ରାହୀ,ଅଜୟ ବିଶ୍ୱାଳ,ଡଃ ପ୍ରଫୁଲ କୁମାର ଜେନା, ଅଶୋକ ପ୍ରଧାନ, ରଞ୍ଜିତ ସାମଲ,ସପପ ପ୍ରଧାନ, ବିଶ୍ୱରଞ୍ଜନ ସ୍ୱାଇଁ,ପବିତ୍ର ମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଲିଟିଲ୍ ଷ୍ଟାର୍ କୋଚିଂ ସେଣ୍ଟର ରେ ମଧ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରାରେ ବଡଦାଣ୍ଡ ପରିକ୍ରମା କରି ସହିଦ୍ ଭାଇ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଏଥିରେ ଅନୁଷ୍ଠାନର ମୁଖ୍ୟ ରବିନ୍ଦ୍ର ଡାକୁଆ,ଯୁବ ସମାଜସେବୀ ତଥା ଗଣମାଧ୍ୟମ ପ୍ରତିନିଧି ସୁଶାନ୍ତ କୁମାର ବେହରା,ହରିହର ପ୍ରଧାନ, ରଶ୍ମିତା ପତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ