ବେଡି ପକାଇବା ଘଟଣାକୁ ବାମନଘାଟୀ ଉପଖଣ୍ଡର କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିନ୍ଦା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ବାଲେଶ୍ଵର ଜିଲ୍ଲାର ନୀଳଗିରି ଅଞ୍ଚଳର ବରିଷ୍ଠ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ସ୍ଥାନୀୟ ପୋଲିସ ଥାନା ଭିତରେ ଆକ୍ରମଣ କରିବା ଏବଂ ତାଙ୍କର ଅସୁସ୍ଥତା ଯୋଗୁଁ ଡ଼ାକ୍ତରଖାନାରେ ଚିକିତ୍ସା ଧୀନ ଅବସ୍ଥାରେ ବେଡି ପକାଇବା ଏକ ସ୍ପର୍ଶକାତର , ଅମାନବୀୟ, ଲଜ୍ଜାକର ଘଟଣା ।ଏହାକୁ ନେଇ ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର କାର୍ଯ୍ୟରତ ସାମ୍ବାଦିକମାନେ ଏକାଠି ହୋଇ ଏହି ଘଟଣାକୁ ତିବ୍ର ନିନ୍ଦା କରିଛନ୍ତି ।ଜଣେ କର୍ତ୍ତବ୍ୟକରତ ସାମ୍ବାଦିକଙ୍କ ମାନବିକ ଅଧିକାର ଉଲ୍ଲଙ୍ଘନ କରାଯାଇଛି । ସେହିଭଳି ଓଡ଼ିଶାର ବିଭିନ୍ନ ସ୍ଥାନରେ ପୋଲିସ ଓ‌ ପ୍ରଶାସନର ସାମ୍ବାଦିକମାନେ ଶିକାର ହେଉଛନ୍ତି । ନୀଳଗିରି ପୋଲିସ ଲକ୍ଷ୍ମଣ ରେଖା ଅତିକ୍ରମ କରିଛି ଯାହାକି ସାରା ରାଜ୍ୟକୁ ଲଜ୍ଜିତ ହେବାକୁ ପଡ଼ିଛି । ଲୋକନାଥ ଦଳେଇଙ୍କୁ ଶାରିରୀକ,ମାନସିକ ନିର୍ଯ୍ୟାତନା ଦେବା ଘଟଣାରେ ସରକାର ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ସରକାର ଲୋକନାଥ ଦଳେଇଙ୍କୁ ଉତ୍ତମ ମାଗଣାରେ ଚିକିତ୍ସା କରାଇବା ଓ ଆର୍ଥିକ ସହାୟତା କରିବା ପାଇଁ ଦାବି ହୋଇଛି ।ତଦସହ ଓଡ଼ିଶାରେ ମହାରାଷ୍ଟ୍ର ସରକାରଙ୍କ ଭଳି ସାମ୍ବାଦିକ ସୁରକ୍ଷା ବିଲ୍ ପାରିତ କରିବା ପାଇଁ ଦାବି କରାଯାଇଛି ।ପରେ ସାମ୍ବାଦିକମାନେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାସଙ୍କୁ ଘଟଣା ବିଷୟରେ ଅବଗତ କରାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ସରକାର ଯଦି କିଛି ଠୋସ୍ ପଦକ୍ଷେପ ନ ନିଅନ୍ତି ଆଗାମୀ ଦିନରେ ସାମ୍ବାଦିକମାନେ ଆନ୍ଦୋଳନକୁ ତିବ୍ରତର କରିବେ ବୋଲି କହିଥିଲେ । ଏଥିରେ ବାମନଘାଟୀ ଉପଖଣ୍ଡର ବହୁ ସାମ୍ବାଦିକ ସୁଜିତ ପଟ୍ଟନାୟକ, ମେଘନାଦ ହେମ୍ବ୍ରମ, ଶରତ ଦାସ,ସେକ ସଦାମ,ଅନଶନ ମହାନ୍ତ, ସୁବାଷ ପାତ୍ର, ବସନ୍ତ ଷାଣ୍ଡିଲ, ଜୀତେନ୍ଦ୍ର ଅଗ୍ରୱାଲ,ଦୀପକ ବେହେରା, ତୁଷାର କାନ୍ତ ମହାନ୍ତ,ଛୋଟରାୟ ମାରାଣ୍ଡି,ମଳୟ ଦାସ, ସତ୍ୟନାରାୟଣ ପାଲ,ସନ୍ତୋଷ ଅଗ୍ରୱାଲ,ଉତ୍ତମ ରାମ,ନୀରଜ ସାହୁ, ଜ୍ୟୋତି ରଂଜନ ବାରିକ, ମନୋଜ ଦାସ,ଖୁଦିରାମ ମହାନ୍ତି,ଅନଓ୍ବାର ହୁସେନ,ପରେଶ୍ ଚନ୍ଦ୍ର ଷଡ଼ଙ୍ଗୀ, ରବୀନ୍ଦ୍ର ପଟ୍ଟନାୟକ,ସୌରଭ ପଟ୍ଟନାୟକ, ଶଙ୍କର ମହାନ୍ତ, ଅକ୍ଷୟ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ