ବେଦାନ୍ତ ମୁଖ୍ୟ ଗେଟ ସମ୍ମୁଖରେ ମହିଳାଙ୍କ ଧାରଣା

କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବେଦାନ୍ତ ମୁଖ୍ୟ ଗେଟ ଆଗରେ ମହିଳାଙ୍କ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଗତ ମାର୍ଚ୍ଚ ମାସ ରେ ଶ୍ରମିକ ଅଶାନ୍ତି କୁ ନେଇ ଶ୍ରମିକ ଓ ସୁରକ୍ଷା କର୍ମୀ ଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିଥିଲା ସେହି ସମୟରେ ଛତ୍ରପୁର ଗ୍ରାମ ର ଜଣେ ଶ୍ରମିକ ର ସୁରକ୍ଷା କର୍ମୀ ଙ୍କ ଆକ୍ରମଣ ରେ ମୃତ୍ୟୁ ହୋଇଥିଲା ଓ ଜଣେ ସୁରକ୍ଷା କର୍ମୀ ମଧ୍ୟ ନିଆଁ ରେ ପୋଡି ମୃତ୍ୟୁ ହୋଇଥିଲା। ଏହାକୁ ନେଇ ବେଦାନ୍ତ କମ୍ପାନୀ ଦ୍ୱାରା ପୋଲିସ ରେ ମାମଲା ରୁଜୁ ପରେ ୩୦୦ ଜଣ ଶ୍ରମିକ ନାମରେ ମାମଲା ରୁଜୁ କରି ପୋଲିସ ୨୯ ଜଣ ଶ୍ରମିକ ଙ୍କୁ ଜେଲ ପଠାଇଛି । ଅନ୍ୟପଟେ ଏବେ ମଧ୍ୟ ପୋଲିସ ଅନ୍ୟ ଶ୍ରମିକ ଙ୍କୁ ଖୋଜୁଛି ଗିରଫଦାରୀ ଭୟରେ ଛତ୍ରପୁର ଗା ଏବେ ପୁରୁଷ ଶୁନ୍ୟ ହୋଇ ପଡ଼ିଥିବା ବେଳେ ଆଜି ଏହି ଗ୍ରାମର ମହିଳା ମାନେ ବେଦାନ୍ତ ଗେଟ ଆଗରେ ଧାରଣା ରେ ବସି ରହି କମ୍ପାନୀ ଜୁଲମ ପ୍ରତିବାଦ ସହ ସେମାନଙ୍କ ଉପରେ ଲାଗିଥିବା ମିଥ୍ୟା ଆରୋପ ପ୍ରତ୍ୟାହାର କରିବା ଦାବି ରେ ବସିରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ