ବେଲଗୁଣ୍ଠା ଅଫିସର୍ସ କ୍ଳବ ତରଫରୁ ପ୍ରସାଦ ବଣ୍ଟନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠାରେ ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ମାଁ ବ୍ରାହ୍ମଣ ଦେବୀ ଯାତ୍ରାର ଶେଷ ଦିବସରେ ସ୍ଥାନୀୟ ବଡ଼ଦାଣ୍ଡ ଠାରେ ବୈଠକ ଯାତ୍ରା ଅନୁଷ୍ଠିତ ହୋଇଥିଲା ।ଏହି ପରିପ୍ରେକ୍ଷୀରେ ଦୁଇଟି ରାମାୟଣ ନାଟକ ପରିବେଷଣ ହୋଇଥିଲା ।ଫଳରେ ଦିନ ତମାମ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା ।ଏହି ଅବସରରେ ବେଲଗୁଣ୍ଠା ବ୍ଳକର ସମସ୍ତ ଅଧିକାରୀ ମାନଙ୍କୁ ନେଇ ଗଠିତ ଅଫିସର୍ସ କ୍ଳବ ଓ ବେଲଗୁଣ୍ଠା ପ୍ରେସ୍ କ୍ଳବର ମିଳିତ ସହଭାଗିତାରେ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସକାଳ ୧୦ ଟା ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇଥିବା ବେଳେ ଅପରାହ୍ନରେ ଦହି ଚହ୍ଲା ଓ ସଂଧ୍ୟାରେ ସ୍ୱାଦିଷ୍ଟ କାନିକା ଭୋଗ ପ୍ରସ୍ତୁତ କରାଯାଇ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରାଯାଇଥିଲା । ବେଲଗୁଣ୍ଠା ଅଫିସର୍ସ କ୍ଳବ ର ସଭାପତି ତଥା ବେଲଗୁଣ୍ଠା ତହସିଲଦାର ମନୋଜ ପ୍ରଭାକର କୁଜ୍ଜୁର, ଉପସଭାପତି ତଥା ଥାନାଧିକାରୀ ପ୍ରକାଶ କୁମାର ସାହୁ, ସମ୍ପାଦକ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ ଶତପଥୀ,କୋଷାଧ୍ୟକ୍ଷ ତଥା ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଗାଙ୍ଗପୁର ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ, ପାଇଲି ପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ସରୋଜ କୁମାର ପ୍ରଧାନ, ଗାଙ୍ଗପୁର ବନପାଳ ଜୀବନାନନ୍ଦ ତ୍ରିପାଠୀ,ଯୋଗାଣ ଅଧିକାରୀ ସୁବ୍ରତ ଚୌଧୁରୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ ମନୋଜ ପାଣିଗ୍ରାହୀ, କନିଷ୍ଠଯନ୍ତ୍ରୀ ବିଶ୍ୱ ରଞ୍ଜନ ଜେନା,ଭିଏସ୍ ଡାଃ କାର୍ତ୍ତିକ ସାହୁ,ପିଆଇ ବିଶ୍ୱନାଥ ଦଳେଇ, ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଳଙ୍କୁ ଉତ୍ସାହିତ କରିଥିଲେ ।ଏଥି ସହିତ କ୍ଳବ ର ଆଇନ ପରାମର୍ଶଦାତା ତଥା ହାଇକୋର୍ଟ ଆଇନଜୀବୀ ଓମ୍ ପ୍ରକାଶ ସାହୁ, ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ତଥା ଆବାହକ ପ୍ରଦ୍ୟୁମ୍ନ କୁମାର ପାତ୍ର,ଉପ ସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ବେଲଗୁଣ୍ଠା ପ୍ରେସ୍ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ