ପାଇଲିପଡ଼ା ମୁଠା ଷୋହଳ ଖଣ୍ଡ ଗୋପାଳ ସମାଜର ନିର୍ବାଚନୀ ସଭା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପାଇଲିପଡ଼ା ମୁଠା ଷୋହଳ ଖଣ୍ଡ ଗୋପାଳ ସମାଜର ନୂତନ କର୍ମକର୍ତ୍ତା ଚୟନ ପାଇଁ ଏକ ନିର୍ବାଚନୀ ସଭା ବାସୁଦେବପୁର ସମାଜ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ପାଇଲିପଡ଼ା ମୁଠାର ସମସ୍ତ ଷାଠିଏ ଖଣ୍ଡ ଗ୍ରାମର ଗ୍ରାମ୍ୟ କମିଟି,ମଣ୍ଡଳ କମିଟି ଏବଂ ମୁଠା କର୍ମକର୍ତ୍ତାଙ୍କ ସମେତ ପ୍ରାୟ ୪୦୦ ଜଣ ସଦସ୍ୟ ଉପସ୍ଥିତରେ ପାଇଲିପଡ଼ା ମୁଠା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା I ଏହି ନିର୍ବାଚନୀ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଭୂତପଲ୍ଲୀ ମୁଠା ସମ୍ପାଦକ ମୁରଲୀଧର ଗୌଡ଼ ଉପସ୍ଥିତ ଥିଲେ I ଏଥିରେ ସର୍ବସମ୍ମତିକ୍ରମେ ପାଇଲିପଡ଼ା ମୁଠାର ସଭାପତି ରୂପେ ପଞ୍ଚମ ଥର ପାଇଁ କୈଳାସ ଚନ୍ଦ୍ର ଗୌଡ଼ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ରୂପେ ଯୁଧିଷ୍ଠିର ଗୌଡ଼, ସମ୍ପାଦକ ରୂପେ ବିଦ୍ୟାଧର ଗୌଡ଼, କୋଷାଧ୍ୟକ୍ଷ ରୂପେ କାମରାଜୁ ଗୌଡ଼, ସହସମ୍ପାଦକ ରୂପେ ସଞ୍ଜୟ କୁମାର ପ୍ରଧାନ ଏବଂ ଉପଦେଷ୍ଟା ରୂପେ ଜୁରେଶ୍ୱର ଗୌଡ଼ଙ୍କୁ ନିର୍ବାଚିତ କରାଯାଇଥିଲା I କାର୍ଯ୍ୟକ୍ରମରେ ନାଟଙ୍ଗା ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼ ଏବଂ ପୂର୍ବତନ କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ଼ଙ୍କୁ ସମାଜ ତରଫରୁ ସମ୍ମାନୀତ କରାଯାଇଥିଲା I ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ