ବେଲଗୁଣ୍ଠା ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ପ୍ରତ୍ୟେକ ମହିଳା ଓ ଶିଶୁଙ୍କ ଉନ୍ନତି କରଣ ଓ ଜନସାଧାରଣଙ୍କୁ ଜାଗ୍ରତ କରିବା ନିମନ୍ତେ ବେଲଗୁଣ୍ଠା ବ୍ଳକ୍ ର ” ମହିଳା ଓ ଶିଶୁ ବିକାଶ” ବିଭାଗ ତରଫରୁ ବିଭିନ୍ନ ଗ୍ରାମରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି I ଆଜି ବେଲଗୁଣ୍ଠା ବ୍ଳକ୍ ର ଗାଙ୍ଗପୁର ଏବଂ ଲୁଦୁଲୁଦି ଗ୍ରାମରେ ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଜନଜାଗରଣ ନିମନ୍ତେ ପାଲା ଲୋକନୃତ୍ୟର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଗ୍ରାମର ସମସ୍ତ ମହିଳା ଏବଂ ପୁରୁଷ ମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ନଳିନୀ କୁମାରୀ ମହାରଣା, ସ୍ଥାନୀୟ ଅଞ୍ଚଳ ପରିଦର୍ଶିକା ପ୍ରଭାସିନୀ ସାହୁ, ଅଙ୍ଗନୱାଡ଼ି କର୍ମୀ କବିତା କୁମାରୀ ସାହୁ,ରଞ୍ଜିତା ବିଷୋୟୀ, ତ୍ରିପୁରା ମୋହିନୀ ବିଷୋୟୀ,ଗୀତାଞ୍ଜଳି ଗୌଡ଼,ବବିତା ଭୁୟାଁ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଲୋକନୃତ୍ୟ ପାଲା ମାଧ୍ୟମରେ ଶିଶୁ ବିକାଶ ଯୋଜନାର ସମସ୍ତ ସେବା ସହିତ, ବାଲ୍ୟବିବାହ,ଶିଶୁ ଶ୍ରମିକ, କୁପୋଷଣ, ଲିଙ୍ଗଗତ ଭେଦଭାବ, ପରିଷ୍କାର ପରିଚ୍ଛନ୍ନତା, ନବଜାତ ଶିଶୁର ଯତ୍ନ, କିଶୋରୀ ବାଳିକାମାନଙ୍କର ବିଭିନ୍ନ ସମସ୍ୟା ଇତ୍ୟାଦି ବିଷୟର ସରଳ ସମାଧାନ ସହିତ ଜନଜାଗରଣ ସଚେତନତା ଉପରେ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ବୃନ୍ଦ ଆନନ୍ଦ ଉଲ୍ଲାସର ସହ ଉପଭୋଗ କରିଥିଲେ।