ମୟୂରଭଂଜ ସାହିତ୍ୟ ଏକାଡେମୀ ତରଫରୁ ‘ଗୀତ ଆସର ‘ଅନୁଷ୍ଠିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ‘ମୟୂରଭଂଜ ସାହିତ୍ୟ ଏକାଡେମୀ’ ବାରିପଦା ଆନୁକୂଲ୍ୟରେ ପୂର୍ଣଚନ୍ଦରପୁରସ୍ଥିତ ଏକାଡେମୀ କାର୍ଯ୍ଯାଳୟ ପରିସରରେ’ଗୀତ ଆସର’ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ସଭାପତି ଡ଼ଃ ସରୋଜ କୁମାର।ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆସରରେ ଯୁବ କବି ଅମିତାଭ ମିଶ୍ର , ଅବସରପ୍ରାପ୍ତ ମାଇନିଂ ଇଂ ପ୍ରଣବ କର, ସାହିତ୍ଯିକ ସୁଦାମ ମହାନ୍ତ, ଇଂ ପଙ୍କଜ ମହାନ୍ତ ପ୍ରମୁଖ ଯୋଗ ଦେଇଓଡିଆ ସାହିତ୍ଯିକକୁ’ ମୟୂରଭଂଜର ଦାନ ‘ ଶୀର୍ଷକବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ । ଯୁଗେ ଯୁଗେ ମୟୂରଭଂଜରେ ଅନେକ କବି, ଲେଖକ ସ୍ବକୀୟ ସାଧନା ବଳରେ ଓଡିଆ ସାରସ୍ବତ ଜଗତକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି ମତପ୍ରକାଶ ପାଇଥିଲା । ଏସ ପି ଜ୍ଯୋତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


