ଭାଲୁ ଆକ୍ରମଣରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ବିଜେଡି ପ୍ରତିନିଧି

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ରଇରଙ୍ଗପୁର ବନାଞ୍ଚଳ ବହଳଦା ରେଞ୍ଜ ଅନ୍ତର୍ଗତ ବାଙ୍କାପାହାଡରୁ ବାଘେଡିହି ବନ ସୂରକ୍ଷା ସମିତି ସଦସ୍ୟ’ଙ୍କ ଏକ ୧୦’ ଜଣିଆ ଦଳ ଜଙ୍ଗଲ ନିଆଁ ଲିଭାଇ ଫେରୁଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।ଘଟଣା ବେଳେ ଅନ୍ୟମାନେ ଦୌଡି ପଳାଇ ଥିବାବେଳେ ଭଞ୍ଜ ବାସ୍କେ ତଳେ ପଡିଯିବାରୁ ଭାଲୁ ଟି ତାଙ୍କୁ ମାଡି ବସିଥିଲା।ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଗ୍ରାମବାସୀ ମାନେ ଉଦ୍ଧାର କରି ପ୍ରଥମେ ବହଳଦା ଡାକ୍ତରଖାନା ଓ ପରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ହେଲେ ଜଙ୍ଗଲ ବିଭାଗର କୌଣସି ଅଧିକାରୀ ତାଙ୍କୁ ଦେଖିବା ପାଇଁ ମଧ୍ୟ ଆସି ନଥିବାରୁ ଆହତ ଭଞ୍ଜ ବାସ୍କେ ଦୁଃଖ ପ୍ରକାଶ କରିଥିଲେ। ତେବେ ଇତି ମଧ୍ୟରେ ବିଜେଡି ଦଳର ଏକ ପ୍ରତିନିଧି ଦଳରେ ତିରିଂ’ବ୍ଲକ ୨୧’ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା’ଙ୍କ ସହିତ ମହିଳା ବିଜୁ ଜନତାଦଳର ରାଜ୍ୟ ସଂପାଦିକା ଶ୍ରୀମତୀ ତନୁଜା ମହାନ୍ତ,ମୟୁରଭଞ୍ଜ ସଦର ବିଜୁ ଯୁବ ଜନତା ଦଳର ଜିଲ୍ଲା ସଂପାଦକ ଆହ୍ବାନ ପଟ୍ଟନାୟକ ଓ ବିଜେଡି ଦଳର ପୂର୍ବତନ ରାଜ୍ୟ ସଂପାଦକ ସାଜ୍ଜିଦ ହୁସେନ୍ ପ୍ରମୁଖ ଆହତ ଭଞ୍ଜ ବାସ୍କେ’ଙ୍କୁ ଭେଟି ତାଙ୍କ ଭଲମନ୍ଦ ଅବସ୍ଥା ପଚାରି ବୁଝିବା ସହିତ ବହଳଦା ବନଖଣ୍ଡ ର ବନପାଳ ଜିତେନ୍ଦ୍ରନାଥ ବେହେରା’ଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ବିଭାଗ ପକ୍ଷରୁ ସହାୟତା ପ୍ରଦାନ କରାଯିବା ବିଷୟରେ ଆଲୋଚନା କରିଥିଲେ।ତେବେ ଆହତ ଭଞ୍ଜ ବାସ୍କେ’ଙ୍କ ଚକିତ୍ସା ବିବରଣୀ ଡାକ୍ତରଖାନାରୁ ମିଳିବା ପରେ ତାଙ୍କୁ କ୍ଷତିପୂରଣ ଓ ସହାୟତା ପ୍ରଦାନ କରାଯିବ ବୋଲି ବହଳଦା ବନପାଳ ପ୍ରକାଶ କରିଥିଲେ ବୋଲି ଜିଲ୍ଲା ପରିଷଦ ପରେଶ୍ ମୁଣ୍ଡା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ