ଭାଷା ଜ୍ଞାନ-ପ୍ରବନ୍ଧ ପରୀକ୍ଷାରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର ଆଣିଲେ ସାଇପ୍ରଜ୍ଞା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଜ୍ଞାନ-ପ୍ରବନ୍ଧ ପରୀକ୍ଷାରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ବେଲଗୁଣ୍ଠା ପାଇଁ ଗର୍ବ ଆଣିଛନ୍ତି ବେଲଗୁଣ୍ଠା ଏନ୍ଏସି ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟାଭବନର ଦଶମଶ୍ରେଣୀର ଛାତ୍ରୀ ସାଇପ୍ରଜ୍ଞା ପଟ୍ଟନାୟକ I ସୂଚନା ପ୍ରକାରେ ଗତ ସେପ୍ଟେମ୍ବର ଦଶ ତାରିଖରେ ସମଗ୍ର ରାଜ୍ୟରେ ସମ୍ବାଦ ପକ୍ଷରୁ ଚିତ୍ରାଙ୍କନ,ସୁନ୍ଦର ହସ୍ତାକ୍ଷର ଏବଂ ଓଡ଼ିଆ ଭାଷା-ଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ବ୍ଳକ୍ ରେ ଅନୁଷ୍ଠିତ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ସରସ୍ଵତୀ ଶିଶୁ ବିଦ୍ୟାଭବନର ଦଶମଶ୍ରେଣୀ ଛାତ୍ରୀ ସାଇପ୍ରଜ୍ଞା ପଟ୍ଟନାୟକ ପ୍ରଥମ ସ୍ଥାନ ହାସଲ କରି ଯଥାକ୍ରମେ ଜିଲ୍ଳା ସ୍ତର ଏବଂ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ I ରାଜ୍ୟ ସ୍ତରରେ ସାଇପ୍ରଜ୍ଞା ବହୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ହାସଲ କରିବା ସହିତ ପୁରସ୍କାର ଗ୍ରହଣ କରିଛନ୍ତି I ସାଇପ୍ରଜ୍ଞାଙ୍କ ଏହି ସଫଳତା ପାଇଁ ତାଙ୍କୁ ସମ୍ବାଦ ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ତଥା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସରସ୍ଵତୀ ଶିଶୁ ବିଦ୍ୟାଭବନ ପ୍ରତିଷ୍ଠାତା ସୂର୍ଯ୍ୟନାରାୟଣ ପାତ୍ର, ସମସ୍ତ ଗୁରୁଜୀ ଗୁରୁମା,ବେଲଗୁଣ୍ଠା ପ୍ରେସକ୍ଳବର ସମସ୍ତ ସଦସ୍ୟ,ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସଭାପତି ମୋତିଲାଲ ପତି, ଗୋବରା ସମ୍ବାଦ ସାହିତ୍ୟ ଘର ସହସମ୍ପାଦକ ଶିଶିର କୁମାର ସ୍ୱାଇଁ, ଉତ୍କଳ ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଳା ସଭାପତି ଅନୀଲ ପଟ୍ଟନାୟକ,ୟୁଜେଏ ଭଞ୍ଜନଗର ଉପସଭାପତି ଅମରେନ୍ଦ୍ର ପଟ୍ଟନାୟକ, ଭଞ୍ଜନଗର ରୋଟାରୀ କ୍ଲବ୍ ସଭାପତି ତଥା ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ୍ କୁମର ସୁବୁଦ୍ଧି,ଉପପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର,ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ଉଢୁରା ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ,ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ମନୋଜ କୁମାର ପାଣିଗ୍ରାହୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ