ମଛିଆ ଠାରେ ବଜ୍ରାଘାତରେ ଗୁରୁତର ବୃଦ୍ଧ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁ ରେ ବଜ୍ରାଘାତରେ ଚିକିତ୍ସାଧୀନ ଥିବା ବୃଦ୍ଧ ନବ ସୋରେନ(୬୦) ଙ୍କ ମୃତ୍ୟୁ ହୋଇଛି।ଗତକାଲି ବସ୍ତା ମଛିଆ ଗ୍ରାମର ନବ ସୋରେନ ବଜ୍ରାଘାତରେ ଗୁରୁତର ହୋଇ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଇସିୟୁ ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନବଙ୍କର ଆଜି ଅପରାହ୍ନରେ ମୃତ୍ୟୁ ହୋଇଛି। ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି।ତେବେ ଗତକାଲି ବସ୍ତା ଅଞ୍ଚଳର ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ଆଜି ନବ ସୋରେନ ନାମକ ବୃଦ୍ଧ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ