ବାଲିଆ ପଂଚାୟତ ରେ ଜଳନିଷ୍କାସନ ରେ ଅବ୍ୟବସ୍ଥା
ବାଲେଶ୍ଵର, (ସରୋଜ ପଣ୍ଡା):ରେମୁଣା ବ୍ଲକ୍ ବାଲିଆ ପଂଚାୟର ବାଲିଆ ଗ୍ରାମ,ବାଲେଶ୍ଵର ସହର ଠାରୁ ମାତ୍ର ତିନି କିମି ଦୂର। ପଂଚାୟତ ରେ ସାମିଲ ହୋଇଥିବା ଏହି ଗାଁ ରେ ବର୍ଷା ଜଳ ନିଷ୍କାଷନ ବ୍ୟବସ୍ଥା ନାହିଁ,ତାରିଣୀ ମନ୍ଦିର ଠାରୁ କୁକୁଡ଼ା ପଦା ପର୍ଯ୍ୟନ୍ତ ରାସ୍ତାର ଦକ୍ଷିଣ ପାର୍ଶ୍ଵ ରେ ନାଳ ଗୁଡିକ ନିର୍ମାଣ କାମ ଆରମ୍ଭ ହୋଇଥିଲେ ହେଁ ସେ ସବୁ ଅଧାପନ୍ତରିଆ ଭାବେ ପଡି ରହିଛି, ସାମାନ୍ୟ ବର୍ଷା ହେଲେ ଗାଁ ର ଉଦବୃତ୍ତ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ।ଫଳରେ ଗାଁ ଦାଣ୍ଡରେ ଦୁଇ ଫୁଟ ଉଚ୍ଚତାର ଜଳ ଦିନ ଦିନ ଧରି ଜମି ରହୁଛି।ତୁରନ୍ତ ଜଳ ନିଷ୍କାସନ ର ବ୍ୟବସ୍ଥା କରି ଜଳବନ୍ଦୀ ପରିବାରଙ୍କୁ ଉଦ୍ଧାର କରିବାକୁ ଦାବି ନେଇ ଆଜି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଧେ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।


