ମହାବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନାକାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) : ନରେନ୍ଦ୍ରପୁର କ୍ଷେତ୍ରମହନ ବିଜ୍ଞାନ ମହାବିଦ୍ୟାଳୟରେ ଶେଷ ବର୍ଷର ଛାତ୍ର, ଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଥିବା ରାଜନୀତି ବିଜ୍ଞାନ କୋଠରୀ ମଧ୍ୟରେ ଅଧ୍ୟକ୍ଷ ଭୂପତି ସାହୁଙ୍କ ତତ୍ତ୍ୱାବଧାନରେ କର୍ଯ୍ୟକର୍ମ ପରିଚାଳନା କରାଯାଇଥିଲା । କାର୍ଯ୍ୟକ୍ରମରେ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଡ଼. ଶିବପ୍ରସାଦ ଦାଶ , ଡ଼. ଗୋକୁଳା ନନ୍ଦ ପାତ୍ର , ଏ. ମାନସା ରେଡି, ଓଡ଼ିଆ ବିଭାଗର ଡ଼. ଧରଣୀଧର ପଣ୍ଡା. ଡ଼. ହୃଷୀକେଶ ପଣ୍ଡା ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଡ଼. ପ୍ରଫୁଲ କୁମାର ପାଳ, ଉଦ୍ଭିଦ ବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପକ ଡ଼. ସତୀଶ ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ ଛାତ୍ର, ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବଷ୍ୟତ ଗଠନ ନିମନ୍ତେ ପ୍ରେରଣା ଦେଇଥିଲ ।


