ମହାଶିବରାତ୍ରୀ ଅବସରରେ “ଅନନ୍ୟା” ଦ୍ୱାରା ଭକ୍ତି ସଙ୍ଗୀତ ଓ ଓଡିଶୀ ନୃତ୍ୟ ପରିବେଷଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହରର ପ୍ରଗତିଶୀଳ ମହିଳା ସଙ୍ଗଠନ “ଅନନ୍ୟା” ଆନୁକୁଲ୍ୟରେ ମହାଶିବରାତ୍ରୀ ପାଳିତ ହୋଇଯାଇଛି । ଏନେଇ ଗତକାଲି ବିଳମ୍ବିତ ସନ୍ଧ୍ୟା ସମୟରେ କରଣ ସାହିସ୍ଥିତ ଶ୍ରୀନୃସିଂହ ନାଥ ମନ୍ଦିର ମୁକ୍ତ ମଞ୍ଚରେ ଅନନ୍ୟା ମହିଳା ସଙ୍ଗଠନ ପକ୍ଷରୁ ଭକ୍ତି ସଙ୍ଗୀତ ଏବଂ ଓଡିଶୀ ନୃତ୍ୟ, ମହାରୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ସଂଗଠନର ସଭାନେତ୍ରୀ ମମତା ଆପଟ, ସମ୍ପାଦିକା ତନୁଜା ଶତପଥୀ, ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପ୍ରଚେଷ୍ଟାରେ ଆଧ୍ୟାତ୍ମିକ ନୃତ୍ୟ, ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଏବଂ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ପଣ୍ଟିତ ନରସିଂହ ପ୍ରସାଦ ଗୌଡ, ସ୍ୱତନ୍ତ୍ରଅତିଥି ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ସମ୍ମାନିତ ଅତିଥି ଡାକ୍ତର ଅରୁଣ ନାୟକ, ସଂଯୋଜିକା ଅରୁପାଞ୍ଜଳି ମହାନ୍ତି, ପୁରୋଧା ରାମଚନ୍ଦ୍ର ଆପଟ ଯୋଗଦେଇଥିଲେ । ପ୍ରଥମେ ବନ୍ଦେ ଉତ୍କଳ ଜନୀ ଗାନ କରାଯାଇଥିବାବେଳେ ଡାକ୍ତର ନାୟକ ଭୈତିକ ଚିକିତ୍ସାର ଉପଯୋଗିତା ସମ୍ପର୍କରେ ଜନସଚେତନତା କରିଥିଲେ । ନୃତ୍ୟ ଗୁରୁ ଡି.ପ୍ରିୟଙ୍କା, ବିନ୍ଦୁ ବେହେରାଙ୍କ ନିର୍ଦ୍ଦେଶନାରେ ନୃତ୍ୟ ପରିବେଷଣ କରାଯାଇଥିଲା । ଜାତୀୟ ପୁରସ୍କାର ପ୍ରାପ୍ତ କଣ୍ଠ ଶିଳ୍ପୀ କୁନାବାବୁ ହଳଧର ଭଜନ ମଧ୍ୟ ପରିବେଷଣ କରିଥିଲେ । ସମସ୍ତ ଶିଳ୍ପୀଙ୍କୁ ଆକର୍ଷଣୀୟ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦ।।ନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାତ୍ମିକ ପଟ୍ଟନାୟକ, ଦିବାକର ସପ୍ଲାଇୟର୍ସର ମାଲିକ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ