ମହିଳା ସ୍ନାତକ ମହା ବିଦ୍ୟାଳୟରେ ଶହୀଦ ଦିବସ ପାଳିତ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ ବିଭାଗ ତରଫରୁ ଅନ୍‌ଲାଇନ୍ ମାଧ୍ୟମରେ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀଙ୍କ  ପରିଚାଳନାରେ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ଏଥିରେ ଅଧ୍ୟକ୍ଷତା କରି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସକୁ କାହିଁକି ଶହୀଦ ଦିବସ ପାଳନ କରାଯାଏ ତା’ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ । ମହାତ୍ମାଗାନ୍ଧୀଙ୍କ ନୀତି, ଆଦର୍ଶ, ନିଶାନିବାରଣ, ଅହିଂସା ନୀତି ତଥା ଓଡିଶା ଆଗମନ ବେଳେ ମହାତ୍‌ମା ଗାନ୍ଧୀଙ୍କ ଅନୁଭୂତି ସଂପର୍କରେ ବ୍ୟାଖାନ କରିଥିଲେ । ସେହିଭଳି ଡ. ଭାରତୀ ପାଣିଗ୍ରାହୀ ମଧ୍ୟ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ସମେତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ, ଖୁଦିରାମ ବୋଷ, ଚନ୍ଦ୍ରଶେଖର ଆଜାଦ୍ ପ୍ରମୁଖଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଛାତ୍ରୀମାନଙ୍କୁ ବୁଝାଇଥିଲେ । ଛାତ୍ରୀ ରଶ୍ମିତା ନାୟକ ମଧ୍ୟ ଭାରତୀୟ ଭାବେ ଗର୍ବିତ ବୋଲି ବକ୍ତବ୍ୟ ଦେଇଥିଲେ । ଶେଷରେ ସମସ୍ତ ଶହୀଦ୍‌ଙ୍କ ଉଦ୍ଦେଶ୍ୟରେ ଆବେଗପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଛାତ୍ରୀମାନେ ମଧ୍ୟ ଯୋଡି ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ