ମହିଳା ହୋମଗାର୍ଡ ଙ୍କୁ ସ୍ବାମୀ ଓ ସମ୍ପର୍କୀୟ ଙ୍କ ସଂଘବଦ୍ଧ ଆକ୍ରମଣ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ ନର୍ମଦା ପଣ୍ଡା ଙ୍କୁ ସୋମବାର ମଧ୍ୟାର୍ଣ ପ୍ରାୟ ସାଢେ଼ ୧୨ ଟାରେ ତାଙ୍କ ସ୍ବାମୀ ରାଧାଶ୍ୟାମ ନନ୍ଦ ଓ ତାଙ୍କ ପରିବାର ଲୋକେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ହୋମ ଗାର୍ଡ ଜଣକ ଘରୁ ତାଙ୍କ ସ୍କୁଟି ରେ ବସଷ୍ଟାଣ୍ଡ ଆସୁଥିବା ବେଳେ ବର୍ଷା ହେବାରୁ ଜନତା ଲେନ ରାଣୀ ସାହି ଛକରେ ତାଙ୍କ ସ୍ବାମୀ ଙ୍କ ରାସନ ଦୋକାନ ସମ୍ମୁଖରେ ଥିବା ଡ୍ରେସ୍ ଦୋକାନ ବାରଣ୍ଡା ରେ ଠିଆ ହୋଇଥିଲେ। ସ୍ଵାମୀ ତାଙ୍କୁ ଗାଳି ଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ତାଙ୍କୁ ଦୋକାନ ଭିତରକୁ ଟାଣି ନେଇ ଛୁରୀ ରେ ବାମ ହାତ କୁ ବାରମ୍ବାର ଆଘାତ କରିବାସହ ନିସ୍ତୁକ ମାଡ଼ ମାରିଥିଲେ। ପରେ ଦୋକାନ ବାହାର ପଟୁ ଗେଡ଼ା ପକାଇ ତାଙ୍କୁ ଦୀର୍ଘ ସମୟ ଅଟକ ରଖି ସଂଘବଦ୍ଧ ଭାବେ ପରିବାର ଲୋକେ ତାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲେ।ସେ ଭୟଭୀତ ହୋଇ ପୋଲିସ କୁ ଜଣାଇବା ପରେ ଥାନା ଏସ ଆଇ ସସ୍ମିତା ସେଠୀ,ବଳଭଦ୍ର ଗଣ୍ଡ ସଦଳବଳ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ପୋଲିସ ହୋମଗାର୍ଡ ଙ୍କୁ ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରୁ ସେ ଚିକିତ୍ସା ହୋଇ ଫେରିବା ପରେ ଥାନା ରେ ଏତଲା ଦେଇଥିବା କହିଛନ୍ତି।ଏତଲାକୁ ଭିତ୍ତିକରି ତଦନ୍ତ ଚାଲିଥିବା ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି।


