ସମାଜସେବୀ ବସନ୍ତ ରାଉତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତ ଅନ୍ତର୍ଗତ କାଙ୍କଦିଆ ଗ୍ରାମର ଅଧିବାସୀ ତଥା ପୂର୍ବତନ କଂସାର ପଞ୍ଚାୟତର ନିର୍ବାଚନ ଅଧିକାରୀ ସ୍ୱର୍ଗତ ବସନ୍ତ କୁମାର ରାଉତଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପଞ୍ଚାୟତ ସରପଞ୍ଚ ସରୋଜିନୀ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅମ୍ବିକା ପ୍ରସାଦ ପରିଡା, ମନୋରଞ୍ଜନ ନାୟକ, ଗଜେନ୍ଦ୍ର ପରିଡା, ନିତ୍ୟାନନ୍ଦ ମହାନ୍ତି, ପୁତ୍ର ମନୋରଞ୍ଜନ, ଜ୍ଞାନରଞ୍ଜନ, ବ୍ରଜକିଶୋରଙ୍କ ସମେତ ବହୁ ପଞ୍ଚାୟତବାସୀ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


