ମା ମଙ୍ଗଳାଙ୍କ ଝାମୁଯାତ୍ରାର ଦ୍ଵିତୀୟ ପାଳି ଯାତ୍ରା ଭକ୍ତଙ୍କ ବିନା ଅନୁଷ୍ଠିତ
ନିମାପଡା (ସନ୍ତୋଷ ଦାଶ): ଆଜି ଚୈତ୍ର ମାସର ଦ୍ଵିତୀୟ ମଙ୍ଗଳବାର । ପାରମ୍ପରିକ ପ୍ରଥା ଅନୁସାରେ କାକଟପୁର ବାସିନୀ ମା ମଙ୍ଗଳାଙ୍କ ମନ୍ଦିରରେ ଆରମ୍ଭ ହୋଇଯାଇଛି ଏକ ମାସ ବ୍ୟାପି ଝାମୁଯାତ୍ରା । ଆଜି ଦ୍ଵିତୀୟ ପାଳି ଯାତ୍ରା । ଜିଲ୍ଲା ପ୍ରଶାସନର ନିର୍ଦେଶ ଅନୁସାରେ କରୋନାର ଦ୍ଵିତୀୟ ଲହରୀ ପାଇଁ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଆଜି ପ୍ରାତଃ ରେ ମାଙ୍କୁ ଚନ୍ଦନ ବେଶରେ ସଜ୍ଜିତ କରାଯାଇଥିଲା । ମଧ୍ୟାହ୍ନରେ ନୀତିକାନ୍ତି ଭିତରେ ମା’ଙ୍କ ବେଢା ମଧ୍ୟରେ ପାଟୁଆ ନୃତ୍ୟ ଅନୁଷ୍ଠିତ ହୋଇଥିଲା । କେବଳ ସେବକ ଓ ସୀମିତ ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିଥିଲା । ଦ୍ଵିତୀୟ ପାଳି ଯାତ୍ରା ପାଇଁ କାକଟପୁର ଚଳଚଞ୍ଚଳ ହୋଇପଡ଼ିଛି ।


