ମା ର ତ୍ୟାଗ

ମା ଯିଏ ନିଜ ପେଟକୁ ନଖାଇ ।
ଆମ ପାଇଁ ଦିଏ ଥୋଇ ।
ଏ ସାରା ଦୁନିଆ ଆମକୁ ଦେଇ ପାରେ ଧୋକା ।
ହେଲେ ମାଁ ଆମ ପାଇଁ ସାରା ଜୀବନ ଛିଡା ହୋଇଥାଏ ଏକା ।
ମା ର ସେହି ସ୍ନେହ ମୋର ସେଇ ଆଦର ।
ନିଜେ ସିଏ ଖାଇ ଶାଗ ପଖାଳ ।
ଆମ ଜୀବନରେ ଆଣିଦିଏ ନୁଆଁ ସକାଳ ।
ଆମକୁ ସବୁବେଳେ ଦେବାକୁ ହାସାଇ ।
ନିଜ ଶିଖର କୁ ଦେଇଥାଏ ସେ ଭସାଇ ।
ଠାକୁର ନଥିଲେ ସିଏ କି ମନ୍ଦିର ।
ମା ନଥିଲେ ସିଏ କି ଘର ।
ମା ର ସେଇ ଅକୁହା କଥା ।
ଯିଏବି ଶୁଣିବା ତାର ନୁଆଇ ଯିବ ମଥା ।
ସେ ମା ର କିଛି ନାଁ ନାହିଁ ।
ମାର ନାହିଁ ମା ।
ଦେଇଥାଏ ସିଏ ଆମକୁ ଶୁଷମ ସୁନ୍ଦର ଫଳ
ଖାଇ ତାକୁ ଆମଦେଶ ବାସୀ ହୁଅଇ ସବଳ ।
ଗଲେଣି କେତେ ଦେଶବାସୀ ଖଟିଖାଟି
ଆଜି ବି କିଛି ଆଗକୁ ବି ରହିଥିବ ଆମର ଏଇ ମାଟି ।
ମାଟି ମା କୋଳରେ ଦେଶବାସୀ ଶାନ୍ତି ରେ ଯାଆନ୍ତି ଶୋଇ ।
ନିଦ ଭାଙ୍ଗିଲେ ନାହିଁ କାଉ ରାବଇଲା ଯାଇଁ ମାଟିରେ ଗଢା କେତେ ମାଟି ହାଣ୍ଡି ।
ମାଟି ଉପରେ ହେଲେଣି କେତେକ ଗଛ ଗଣ୍ଡି ।
ଖାଇତାର କେତେକ ଫଳ ଫୁଲ ।
କରୁଛ କେତେ ଆମେ ଆହୁରି ଅମଳ
ତାହାରି କୋଳ୍େରର ରହୁ ଆମେ ସବୁ ବସା ବାନ୍ଧି
ଚାଷ ଭାଇ ମାନେ ଚାଷ କରୁଛନ୍ତି ହଳ ବାନ୍ଧି ।
ଏ ମାଟି ର କହିଲେ ସରିବ ନାହିଁ କେତେ ଯେ ଗୁଣ
ସୁଦ୍ଧି ହେବନାହିଁ ତାହାରି ଋଣ । । ।

ଝିଲ୍ଲି ସ୍ୱାଇଁ
ହିଞ୍ଜିଳି କାଟୁ ,ଶାସନ ଆମ୍ବ ଗାଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ