ମିଶନଶକ୍ତି ସହଭାଗିତାରେ ଜଳାଶୟ ଗୁଡିକର ରୂପାନ୍ତରୀକରଣ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ବର୍ଷ ଜୁଲାଇ ୬ ରୁ ଆମ ପୋଖରୀ ସହାରଚଂଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଜଳାଶୟ ନବୀକରଣରେ ମିଶନ ଶକ୍ତି ମହିଳାମାନେ ମୁଖ୍ୟପୁରୁଦ୍ଧା ସାଜିବେ । ମୁକ୍ତା ଯୋଜନାରେ ଯେପରି ମହିଳାମାନେ ଭଲ କାମ କରିଛନ୍ତି ସେହିପରି ଆମ ପୋଖରୀ ଯୋଜନାରେ ଭଲ କାମ କରିବେ କରିବେ । ଗଞ୍ଜାମ ଜିଲ୍ଲାର ସହରାଚଂଳର ୨୧୨ ଟି ପୋଖରୀର ଏହି ଯୋଜନାରେ ସାମିଲ ହୋଇଥିବା ବେଳେ କିଛି ପୋଖରୀର ଡିପିଆର ପ୍ରସ୍ତୁତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ଏନଏସିରେ ୬ଟି ପୋଖରୀ ସାମିଲ ହୋଇଥିବା ବେଳେ ୩ଟି ପୋଖରୀର ଡିପିଆର ପ୍ରସ୍ତୁତ ହେବା ସହ ଦୁଇଟି ପୋଖରୀ ର ଆଜି ଶୁଭାରମ୍ଭ ହୋଇଛି । ମିଶନଶକ୍ତି ମହିଳା ମାନଙ୍କ ସହଭାଗିତାରେ ପ୍ରକଳ୍ପ ଗୁଡିକର ନବୀକରଣ ଓ ୫ ବର୍ଷ ପାଇଁ ଏହାର ରକ୍ଷାଣବେକ୍ଷଣ କରାଯିବ । ଏହି ଅବସରରେ ଛତ୍ରପୁର ରିକାପଲ୍ଲୀ କଲ୍ୟାଣ ମଣ୍ଡପ ଠାରେ ମିଶନ ଶକ୍ତି ସହଭାଗିତାରେ ଜଳଶୟ ଗୁଡିକର ରୂପାନ୍ତରୀକରଣ ଏକ କର୍ମଶାଳ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ଜଳ ନବୀକରଣ ୟୁନିଟର ଉପଦେଷ୍ଠା ଦେବସୁନ୍ଦର ମହାପାତ୍ର, ରାଜ୍ୟ ମିଶନ ମ୍ୟାନେଜର ସ୍ମୃତିରଞ୍ଜନ ସିଂ, ମନମୋହନ ମହାରଣା ପ୍ରମୁଖ ମହିଳା ମାନଙ୍କୁ ଏହି ନବୀକରଣ ଲକ୍ଷ୍ୟ ଓ ଉଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ପ୍ରୋବସିନାଲ ଆଇଏଏସ ଅଫିସର ସମୀର ଜେନା, ଡୁଡା ପିଡି ନୀଳମାଧବ ଭୋଇ, ଏନଏସି କାର୍ଯ୍ୟ ନିର୍ବାହି ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି.ପାପା ରାଓ ପ୍ରମୁଖ ମଚାଂସିନ ରହି ଆମ ପୋଖରୀ ସଂପର୍କରେ ଆଲୋକପାତ କରିଥିଲେ । ପରେ ଛତ୍ରପୁର ଏନଏସିର ରିକାପଲ୍ଲୀ ସ୍ଥିତ ଗେଟ ବନ୍ଧ ୧୯ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳରେ ଦୁଇଟି ମହିଳା ସଂଘ ଓ ୨ନଂ ୱାର୍ଡ ଖାଜା ସାହିରେ ୬୦ଲକ୍ଷ ୧୭ ହଜାର ବ୍ୟୟରେ ୫ଟି ମହିଳା ସଂଘ ଦ୍ୱାର ଆମ ପୋଖରୀ କାର୍ଯ୍ୟକ୍ରମ ଜରିଆରେ ମୁକ୍ତା ଯୋଜାନରେ ଏହାର ଜଳାଶୟ ନବୀକରଣ ଓ ଭୂମିପୂଜା କରାଯାଇ ଶୁଭାରମ୍ଭ ହୋଇଛି । ସେହିପରି ଆଲିକଟ ପୋଖରୀର ଖୁବଶ୍ରୀଘ ୩୫ଲକ୍ଷ ୭୩ ହଜାର ଟଙ୍କା ବ୍ୟାୟ ଅଟକଳରେ ନବୀକରଣ କରାଯିବ ବୋଲି ଜଣାପଡିଛି । ଏହା ସହ ସହରର ଆଉ ୩ଟି ପୋଖରୀରର ଜଳାଶୟ ନବୀକରଣ କରାଯିବ ବୋଲି ଏନଏସି ପକ୍ଷରୁ ସୂଚନା ମିଳିଛି । ସହରରେ ଥିବା ପୋଖରୀ ଗୁଡିକର ଜଳାଶୟ ନବୀକରଣ ପାଇଁ ପୂର୍ବରୁ ଡ୍ରୋନ ଦ୍ୱାରା ସର୍ଭେ କାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏନଏସି ର ସମସ୍ତ କାଉନସିଲର, ମିଶନ ଶକ୍ତି ମହିଳା ଓ ଏନଏସି କର୍ମଚାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ