ମୁଗୁପୁରରେ ରୋଗୀ କଲ୍ୟାଣ ସମିତି ବୈଠକ

ହାଟଡିହି, (ଓ୍ବାଇଏନ୍ଏସ୍) : ହାଟଡିହି ବ୍ଲକ ମୁଗୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀକଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ, ବିପିଏମ ଚନ୍ଦନ କୁମାର ସାହୁ, ସ୍ୱାସ୍ତ୍ୟକେନ୍ଦ୍ରର ଡାକ୍ତର ରଶ୍ମୀତା ମଲ୍ଲିକ, ଫାର୍ମାସିଷ୍ଟ ମୃତ୍ୟୁଞ୍ଜୟ ସାମଲ ପ୍ରମୁଖ ଯୋଗଦେଇଥିଲେ । ମର୍ଯ୍ୟବସ୍ତୁର ସଠିକ ପରିଚାଳନା, ଔଷଧିୟ ଉଦ୍ୟାନ, ବିଭିନ୍ନ ଔଷଧ ୁପକରଣ କ୍ରୟ ଆଦି ବିଷୟ ଉପରେ ଆଲୋଚନା କରାଯାିଥିଲା । ମେଡିକାଲର ସୌନ୍ଦର୍ଯ୍ୟ ବୃଦ୍ଧି ସହ ପରିଷ୍କାର ପରିଛନ୍ନ ଉପରେ ଡାକ୍ତର ନାୟକ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟକର୍ମୀ ପୁର୍ଣ୍ଣଚନ୍ଦ୍ର ବାରିକ, କର୍ମଚାରୀ ବିଦ୍ୟାଧର ମୁଦୁଲି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ