ବିଡିଓ ଅଶ୍ୱିନୀ ଦାସଙ୍କ ଭରତପୁର ଗ୍ରାମପଂଚାୟତ ପରିଦର୍ଶନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତକୁ ପରିଦର୍ଶନ କରିଛନ୍ତି ବିଡିଓ ଅଶ୍ୱିନୀ କୁମାର ଦାସ । ବିଡିଓ ଶ୍ରୀ ଦାସ ପରିଦର୍ଶନ ସମୟରେ ଖଜୁରିଆ ସ୍ମଶାନ ନିକଟରେ ସରପଂଚ ଜୀନତପ୍ରିୟଦର୍ସିନୀ ରାଉତଙ୍କ ନିଜସ୍ୱ ତତ୍ୱାବଧାନରେ ଚାଲିଥିବା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ଅଧିନରେ ପୋଖରୀ ଖନନ କାର୍ଯ୍ୟ ଦେଖିବା ସହିତ ସେହି ପୋଖରୀ ନିକଟରେ ଅନ୍ୟ ଏକ ପୋଖରୀ ଖନନ କରାଯାଇ ସେହି ପୋଖରୀରେ ମାଛ ଯାଆଁଳ ଉତ୍ପାଦନ କରିବା ପାଇଁ ବ୍ୟବସ୍ଥା କରିବାକୁ ସରପଂଚଙ୍କୁ ଏକ ପ୍ରସ୍ତାବ ଦେଇଥିଲେ । ଏଥିସହିତ ପୋଖରୀ ସନ୍ନିକଟରେ ଥିବା ୨ଏକର ୫୦ଡିସିମିଲ ଜମିକୁ ଉନ୍ନତିକରଣ କରାଯାଇ ସେହି ଜମିରେ ଗଛ ଲଗାଇବା ଓ ଏହାର ଜଗାରଖା କରିବାକୁ ଏକ ୱାଚୱାର୍ଡ କରିବାକୁ ପରାମର୍ଶ ଦେଇଥିଲେ । ଏହାବ୍ୟତିତ ସେଠାରେ ଏକ ବତକ ଫାର୍ମ କରିବାକୁ ମଧ୍ୟ ବିଡିଓ ଶ୍ରୀ ଦାସ ସରପଂଚଙ୍କୁ ପରାମର୍ଶ ଦେଇଥିଲେ । ଏହି ପଂଚାୟତକୁ ଏକ ଆଦର୍ଶ ପଂଚାୟତରେ ପରିଗଣିତ କରିବା ପାଇଁ ଆବଶ୍ୟକ ଆନୁସଙ୍ଗିକ ସମସ୍ତ କାର୍ଯ୍ୟ କରିବା ପାଇଁ ବିଡିଓ ଶ୍ରୀ ଦାସ ସରପଂଚ ଶ୍ରୀମତୀ ରାଉତଙ୍କୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ବିଡିଓ ଶ୍ରୀ ଦାସ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଏଥିନିମନ୍ତେ କେନ୍ଦ୍ରାପଡା ବ୍ଲକରେ ପ୍ରୋବେସନରେ ଥିବା ୨ଜଣ ଓ.ଏ.ଏସ. ଅଧିକାରୀ ଭରତପୁର ପଂଚାୟତକୁ ଯାଇ ସରପଂଚଙ୍କୁ ଏଦିଗରେ ସହାୟତା ପ୍ରଦାନ କରିବେ ଓ କାର୍ଯ୍ୟଧାରାକୁ ଆଗେଇ ନେବେ ବୋଲି ବିଡିଓ ଶ୍ରୀ ଦାସ ସୂଚନା ଦେଇଥିଲେ । ବିଡିଓଙ୍କ ଏହି ପରିଦର୍ଶନ ସମୟରେ ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ସଶ୍ମିତା ନାୟକ, ସହକାରୀ ମତ୍ସ୍ୟ ଅଧିକାରିଣୀ, ଜି.ଆର.ଏସ., ଯୁବନେତା ଶାରଦା ପ୍ରସନ୍ନ ରାଉତ, ଶକ୍ତି ପ୍ରସାଦ ମହାନ୍ତି, ଅରବିନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ