ରବି ନାରାୟଣ ତ୍ରିପାଠୀଙ୍କ ଏପିଡି ଭାବେ ଦାୟିତ୍ୱ ଗ୍ରହଣ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଆଜି ରବି ନାରାୟଣ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ବାଲେଶ୍ୱର ଜିଲ୍ଲାର ବାହାନାଗାଁର ବିଡିଓ ଭାବେ କାର୍ଯ୍ୟକରୁଥିବା ବେଳେ ତାଙ୍କର ବଦଳି ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନର୍ଦ୍ଦେଶକ ଭାବେ ହୋଇଥିଲା । ସେ ୨୦୦୦ବ୍ୟାଚ୍ ର ଓଏଏସ ଅଫିସର ଅଟନ୍ତି । ସେ ଗଂଜାମ, ନବରଙ୍ଗପୁର, ମାଲକାନଗିରି, ଭଦ୍ରକ, ସୁଦରଗଡ ଓ ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ପଦବୀରେ ରହି ଦାୟିତ୍ୱ ସୂଚାରୂପର ତୁଲାଇ ଆସିଛନ୍ତି । ସେ ଆଜି ଦାୟିତ୍ୱ ନେଲା ପରେ ଗ୍ରାମୀଣ ଗୃହ ଯୋଜାନ, ସୁସ୍ଥ ଓଡିଶା, ସ୍ୱଚ୍ଛ ଓଡିଶା ଏବଂ ଏମଜିଏନଆରଜିଏସ କାର୍ଯ୍ୟ ସହିତ ଜିଲ୍ଲାର କିପରି ଉନ୍ନତୀ ଘଟିବ ସେଥିପ୍ରତି କାର୍ଯ୍ୟକରିବି ବୋଲି କହିବା ସହ ଲୋକଙ୍କ ସୁବଧା କିପରି ହେବ ସେଥିପ୍ରତି ଧ୍ୟାନ ଦେବେ ବୋଲି ମଧ୍ୟ କହିଥିଲେ । ଆଜି ଦାୟିତ୍ୱ ନେଲା ପରେ ଗଂଜାମ ଜିଲ୍ଲାପାଳ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରିଛନ୍ତି । ପୂର୍ବରୁ ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦେବବ୍ରତ ସାହୁ ଥିବା ବେଳେ ତାଙ୍କର ବଦଳି ଭୂବନେଶ୍ୱର ଉପଜିଲ୍ଲାପାଳ ଭାବେ ହୋଇଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ