ସୁଷମା ସ୍ୱରାଜଙ୍କ ବିୟୋଗରେ ଶୋକସଭା
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ପୂର୍ବତନ ବୈଦେଶିକ ମନ୍ତ୍ରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୁଷମା ସ୍ୱରାଜଙ୍କ ୬୭ ବର୍ଷ ବୟସରେ ହୃତଘାତରେ ମୃତ୍ୟୁ ବରଣ କରିଛନ୍ତି । ଏନେଇ ଆଜି ବନ୍ତ ବ୍ଲକ ବିଟିପୁର ପଞ୍ଚାୟତସ୍ଥ ଐତିହାସିକ କର୍ମମନ୍ଦିର ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଯୁବ ସମାଜସେବୀ ସୁଶାନ୍ତ ଶତପଥିଙ୍କ ଆବାହତ୍ୱରେ ମହତାବ ମଣ୍ଡଳ ସଭାପତି ଗୋପାଳକୃଷ୍ଣ ଦାଶ, ବିଜେପି ନେତା ଅଶୋକ ପରିଡା, ଶିକ୍ଷକ ଗୌରୀଶଙ୍କର ସରୋଜ କୁମାର ଜେନା, ଗଜେନ୍ଦ୍ର ରାଉତ, ଅଭିରାମ ସିଂହ, ରମାକାନ୍ତ ମହାନ୍ତି, ସୁରେଶ ପରିଡା, ବିଜୟକୃଷ୍ଣ ଧଳ, ଉପେନ୍ଦ୍ର ବେହେରା, ସୁବାଷ ସାହୁ, ବିପିନ ଖଟୁଆ, ଉମାକାନ୍ତ ବଳ, ସାଗର ବଳ, ବିଜୟ ବେହେରା, ସୁବାଷ ରାଉଳ, ସାମ୍ବାଦିକ ହେମନ୍ତ ସିଂହ, ପ୍ରଦ୍ୟୁମ୍ନ ପୁହାଣ ପ୍ରମୁଖ ସ୍ୱର୍ଗତା ସ୍ୱରାଜଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।


