ଜଳବନ୍ଦୀରେ ୩ହଜାର ଭରଣ ଚାଷୀଜମି

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ବ୍ଲକର ହୁମର ଗ୍ରାମ ୩ହଜାର ଭରଣ ଚାଷ ଜମି ଜଳବନ୍ଦୀ ଘେରରେ ରହିଛି । ଯାହାଫଳରେ ଚାଷୀ ମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଏନେଇ ଆଜି ଗ୍ରାମବାସୀ ଛତ୍ରପୁର ତହସିଲଦାରଙ୍କୁ ଭେଟି ଜଳବନ୍ଦୀରୁ ରଖାପାଇବା ନିମନ୍ତେ ଗୁହାରି କରିଛନ୍ତି । ସେମାନେ କହିବା ଅନୁସାରେ ମଧୁବନ ନାଳର ସଠିକ୍ ନିଷ୍କାସନ ନହେବା ଯୋଗୁଁ ଲଗାଣ ବର୍ଷାରେ ପାଣି ଗୁଡିକ ସମସ୍ତ ଚାଷ ଜମିରେ ବୁଡି ରହିଛି । ଯାହାଦ୍ୱାରା ବିଲରେ ରହିଥିବା ତଳି ଗୁଡିକ ଭାସି ପଳାଇବା ସହ ରୁଆଁ ହୋଇଥିାବ ବିଲ ଗୁଡିକ ନଷ୍ଟ ହୋଇଗଲାଣି । ଏହା ଶୁଣି ତହସିଲଦାର ନୀଲମାଧବ ଭୋଇ କ୍ଷୁଦ୍ରଜଳସେଚନ ବିଭାଗର ଅଧିକାରୀ ମାନଙ୍କୁ କ୍ଷେତ ପରିଦର୍ଶନ କରି ପାଣି କିପରି ସଠିକ୍ ନିଷ୍କାସନ ହୋଇପାରିବ ସେଥିପ୍ରତି କାର୍ଯ୍ୟକରିବା ନିମନ୍ତେ ନିର୍ଦ୍ଦେଶ ଦେଇଥଲେ ଏବଂ ନିଜ ମଧ୍ୟ କ୍ଷେତ ପରିଦର୍ଶନ କରିଥିଲେ । ଗ୍ରାମବାସୀ ସେଠାରେ ଆଉ ଏକ କଥା ବି ମଧ୍ୟ କହିଥିଲେ ଯେ ପୋଡାପଦର ପଟେ ରହିଥିବା ବାଳିଆପାଟି କେନାଲର ପଟ୍ଟା ବନ୍ଦ କରାଯାଉନି । ଯାହାଫଳରେ ମଧ୍ୟ ବିଲରେ ଜଳବନ୍ଦୀ ରହିବାର ଆଉ ଏକ କାରଣ ବୋଲି କହିଥିଲେ । ଏହି ସାକ୍ଷାତ ବେଳେ ହୁମର ଗ୍ରାମର ଘନଶ୍ୟାମ ପଲାଇ, ନୀରଜଂଜ ତାରଇ, ନୀରଜଂନ ଦଳାଇ, କୈାଳାଶ ବାରି, ପ୍ରଶାନ୍ତ ସ୍ୱାଇଁ, ମିଟୁ ପଲାଇ, ଭଗବାନ ଜୁତି, ସୁରେଶ ପଲାଇଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି କ୍ଷୁଦ୍ର ଜଳସେଚନ ବିଭାଗର ରହିଥିବା କେନାଲ ଗୁଡିକୁ କର୍ମଚାରୀ କ୍ଷେତ ପରିଦର୍ଶନ କରିବାକୁ ଯାଉନାହାନ୍ତି ।ଯାହାଫଳରେ କେନାଲ ଗୁଡିକ ବିଭିନ୍ନ ଗଛ , ଲଟା ଓ ଅମ୍ବିରି ଲଟାବୁଦା ଛଦି ଯାମ ହୋଇଯାଇ ଜଳ ନିଷ୍କାସନ ହେଉନାହିଁ । ଚାଷୀ ମାନେ ବର୍ଷ ସାର ନିଜ ଅର୍ମଳ କୁ ଚାହି ବସିଥିବା ବେଳେ କର୍ମଚାରୀଙ୍କ ବେପୁରିଆ ମନଭାବ ଯୋଗୁଁ ଚାଷୀ ଚାଷ ଜମିରେ ରଖିଥିବା ତଳିଗୁଡିକ ଭାସି ପଳାଇବା ସହ ରୁଆଁ ହୋଇଥିବା ଜମି ଗୁଡିକ ଜଳ ବନ୍ଦୀରେ ରହି ନଷ୍ଟ ହୋଇଯାଉଛି । ସରକାର କର୍ମଚାରୀ ମାନଙ୍କୁ ଦରମା ଦେଉଛି ଲୋକ ସୁବିଧା କରିବା ନିମନ୍ତେ ମାତ୍ର ଛତ୍ରପୁର କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କର୍ମଚାରୀ ମାନେ ଧର୍ମ କୁ ଆଖି ଠାର ଭଳି କାର୍ଯ୍ୟ କରୁଛନ୍ତି । କଥା ରେ ।ଛି ଚାଷୀ ହସିଲେ ଦେଶ ହସିବ । ମାତ୍ର ଏଠାରେ ଚାଷୀ କାନ୍ଦୁଛି । ଏହସହ ଛତ୍ରପୁର ବ୍ଲକର ପୋଟଲାମପୁର, ରାଜପୁର, ରାଜନାପଲ୍ଲୀ, ବରଙ୍ଗ ଏବଂ ବ୍ଲକର ବିଭିନ୍ନ ଚାଷ ଜମି ଏବେ ଜଳବନ୍ଦୀରେ ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ