ରମ୍ଭା ଏନଏସିରେ ପ୍ରଶାସନ ତରଫରୁ ଜବରଦାଖଲ ଉଛେଦ
ଗଂଜାମ, (ଓ୍ବାଇଏନ୍ଏସ୍):ଏନେଇ ଆଜି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱପ୍ନା ରାଣୀ ପାଢ଼ୀ, ତହସିଲଦାର ରାଜ କିଶୋର ପଟ୍ଟନାୟକ , ରମ୍ଭା ଆଇଆଇସି କୃଷ୍ଣଚନ୍ଦ୍ର ସେଠୀ, ଖଲ୍ଲିକୋଟ ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ ,ଏକ ପ୍ଲାଟୁନ ଫୋର୍ସ ଉପସ୍ଥିତ ରେ ପ୍ରଥମେ ୧୩ ନମ୍ବର ୱାଡ଼ର ଫାୟର ଷ୍ଟେସନ ପାର୍ଶ୍ୱରେ ଜବର ଦଖଲରେ ଥିବା ୨୨ଟି ଘରକୁ ଭଙ୍ଗା ଆରମ୍ଭ ହୋଇଥିଲା । ଏହି ସମୟରେ ଜଣେ ମହିଳା ଆତ୍ମହୁତି ଦେବାକୁ ଉଦମ୍ୟ କରିଥିବା ବେଳେ ,ପୋଲିସ ସେଥରୁ ନିବୃତି କରିଥିଲା ।ସମ୍ପୂର୍ଣ୍ଣ ଘରଭଙ୍ଗା ସରିବା ପରେ ଘରଯାଇଥିବା ଲୋକମାନେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ ।ସେହିପରି ମିଞ୍ଚିଣିପାଟଣା, ଚିଲିକାରୋଡ଼ ଅନ୍ୟ ଜବରଦଖଲ ଉଛେଦ କରାଯାଇଥିବା ବେଳେ, ସନ୍ଧ୍ୟା ହୋଇଯିବାରୁ ଉଛେଦ ପକ୍ରିୟା ବନ୍ଦ ରଖାଯାଇଥିଲା ।