ରାଷ୍ଟ୍ରପତି ପ୍ରାର୍ଥୀନୀଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ କରଞ୍ଜିଆ ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
କରଞ୍ଜିଆ, (ଜିତେନ୍ଦ୍ର ରାଜ) :-ମୟୁରଭଞ୍ଜ ମାଟିର ଝିଅ ତଥା ପୂର୍ବତନ ଝାଡ଼ଖଣ୍ଡ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ଏନଡିଏ ଆଗାମୀ ରାଷ୍ଟ୍ରପତି ପ୍ରାର୍ଥୀନୀ ରୂପେ ଗତକାଲି ଘୋଷଣା କରିବା ପରେ ସାରା ମୟୁରଭଞ୍ଜ ତଥା ରାଜ୍ୟ ବାସୀ ତାଙ୍କୁ ଶୁଭେଚ୍ଛା ଶୁଭକାମନା ଜଣାଇଥିଲେ ତାଙ୍କ ବାସଭବନ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକଙ୍କ ଭିଡ଼ ଜମିଥିଲା । ଆଜି ସେ ଦିଲ୍ଲୀ ଯିବା ପାଇଁ ଭୁବନେଶ୍ୱର ଯିବା ବାଟରେ କରଞ୍ଜିଆ ବାଇପାସ ମହାବୀର ଛକ ନିକଟରେ କରଞ୍ଜିଆର ବିଭିନ୍ନ ଅନୁଷ୍ଠାନ ତରଫରୁ କରଞ୍ଜିଆ ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଗତକାଲି ଦିବା ୩ ଘଟିକା ସମୟରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କଡା ସୁରକ୍ଷା ବଳୟ ମଧ୍ୟରେ କରଞ୍ଜିଆରେ ପହଞ୍ଚିବା ପରେ ଲୋକଙ୍କ ଭିଡ଼ ଦେଖି ୧0 ମିନିଟ ପର୍ଯ୍ୟନ୍ତ ଅଟକି ଉପସ୍ଥିତ ଜନସାଧାରଣ ଙ୍କ ସହିତ କିଛି ସମୟ ବିତାଇ ଥିଲେ ଗାଡି ମଧ୍ୟରେ ତାଙ୍କୁ ଉପସ୍ଥିତ ମହିଳା ଓ ପୁରୁଷ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରୁଥିବା ଦେଖାଯାଇଥିଲା ଙ୍କୁ କରଞ୍ଜିଆ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି, ଉପାଧକ୍ଷ ସ୍ୱରୂପ ପରିଜା ଙ୍କ ନେତୃତ୍ୱ ରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କରଞ୍ଜିଆ ବିଜେପି ତରଫରୁ ବରିଷ୍ଠ ନେତା ବୁଲୁପୃଷ୍ଟି, କୁନା ପଣ୍ଡା, ନଗର ସଭାପତି ମହେଶ୍ୱର ସାହା, ଯୁବନେତା ଜନାର୍ଦନ ବେହେରା,ବିଜେଡି ରାଜ୍ୟ ସମ୍ପାଦକ ଦିଲ୍ଲୀପ ସାହୁ, ବରିଷ୍ଠ ସମବାୟ ନେତା ଗିରିଧାରୀ ପୃଷ୍ଟି,ପୂର୍ବତନ ବିଧାୟକ ବିଜୟ ନାୟକ, ପୂର୍ବତନ ନଗରପାଳ ଭୁବନ ସାହୁ, ଓକିଲସଙ୍ଘ ସଭାପତି ଦୀପକ ଦାସ ଅଧିକାରୀ, ପିପୁଲ୍ସ ଡେଭଲପମେଣ୍ଟ କାଉନସିଲ ର ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ସିନ୍ଧୁ,କରଞ୍ଜିଆ ପ୍ରେସ କ୍ଲବ, ବରିଷ୍ଠ ନାଗରିକ ସଙ୍ଘ, ବସ ମାଲିକ ସଙ୍ଘ,କରଞ୍ଜିଆ ଓକିଲ ସଙ୍ଘ ସମେତ ଅନ୍ୟାନ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।


