ରୋଟାରୀ କ୍ଲବର ପ୍ରଥମ ପ୍ରତିଷ୍ଠା ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ଭଣ୍ଡାରିପୋଖରୀ ଠାରେ ପ୍ରତିଷ୍ଠା ହୋଇଥିବା ଆନ୍ତର୍ଜାତିକ ରୋଟାରୀ କ୍ଲବ ର ପ୍ରଥମ ପ୍ରତିଷ୍ଠା ବୈଠକ ଅନୁଷ୍ଠିତ ହୋଇଯାଇଛି। ତହସିଲ ଡାକବଙ୍ଗଳା ଠାରେ କ୍ଲଵର ଉପଦେଷ୍ଟା ଇଞ୍ଜିନିୟର ଅମ୍ବିକା ବଲ୍ଲଭ ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭଦ୍ରକ ଶାଖା ସଭାପତି ବସନ୍ତ ପାଣିଗ୍ରାହୀ ଯୋଗଦେଇ ରୋଟାରୀ ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଭଣ୍ଡାରିପୋଖରୀ ବ୍ଲକ ପାଇଁ ସଭାପତି ଭାବେ ଉଦ୍ୟୋଗପତି ସଞ୍ଜୀବ କୁମାର ପରିଡ଼ା ଓ ସମ୍ପାଦକ ଭାବେ ବିଶିଷ୍ଟ ସମାଜସେବୀ ଲଳିତ କୁମାର ରାଉତ ଙ୍କୁ ମନୋନୀତ କରାଯାଇଥିଲା। ବୈଠକରେ ପ୍ରତିଷ୍ଠାତା ସଦସ୍ୟ ଭାବେ ପ୍ରଣିନ୍ତକାନ୍ତି ସାମଲ,ଅଜୟ କୁମାର ମିଶ୍ର, ପ୍ରଦିପ କୁମାର ପରିଡ଼ା, ରାମଚନ୍ଦ୍ର ନାୟକ, ଅଭିମନ୍ୟୁ ଜେନା, ପର୍ଶୁରାମ ପଣ୍ଡା, ଦୁଃଶାସନ ରାଉତ, ରାକେଶ ମହାପାତ୍ର, ନିହାର ରଞ୍ଜନ ମହାପାତ୍ର,ମିଲନ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୀବ କୁମାର ରାଉତ, ସତ୍ୟପ୍ରକାଶ ପଣ୍ଡା, ଧିରେନ୍ଦ୍ର କୁମାର ସାମଲ,ଶୋଭନ କୁମାର ସାହୁ, ନାଗେଶ୍ଵର ବେହେରା, କ୍ଷେତ୍ରବାସୀ ମିଶ୍ର,ପ୍ରିତସରଞନ ନାୟକ, ଲକ୍ଷ୍ମୀକାନ୍ତ ସାହୁ,ଗିରିଶ ଚନ୍ଦ୍ର ସାମଲ ଏଥିରେ ଉପସ୍ଥିତ ଥିଲେ।କ୍ଲବର ସଦସ୍ୟ ଦୁର୍ଯୋଧନ ଲେଙ୍କା ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ ।


