ଲକ୍ଷ୍ମୀପୁର ଖେରୀ ନରସଂହାର ଘଟଣା କୁ ଅଖିଳ ଭାରତ କୃଷକ ସଭାର ନିନ୍ଦା

ନିମାପଡା, (ସନ୍ତୋଷ ଦାଶ): ଉତ୍ତରପ୍ରଦେଶର ଲକ୍ଷ୍ମୀପୁରଖେରୀ ଠାରେ କେନ୍ଦ୍ରସରକାର ଙ୍କ ଜଣେ ମନ୍ତ୍ରୀ ଙ୍କ ପୁଅ ଯେଉଁ ନରସଂହାର ଘଟଣା ଘଟାଇଛନ୍ତି ତାହାକୁ ନିମାପଡା ଅଖିଳ ଭାରତ କୃଷକ ସଭା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଆଜି କୃଷକ ସଭା ପକ୍ଷରୁ ଚାରିଛକ ଠାରେ ଏକ ଶୋଭାଯାତ୍ରା କରାଯାଇ ଏହି
ହିଂସାକାଣ୍ଡ ଘଟଣାରେ ଯୋଗୀ ସରକାର ଚୁପ ବସିଥିବାରୁ ତୁରନ୍ତ ଯୋଗୀ ଆଦିତ୍ୟନାଥ ନିଜ ପଦବୀ ରୁ ଇସ୍ତଫାଦେବାକୁ ଦାବି କରାଯାଇଥିଲା । ଏହି ଶୋଭାଯାତ୍ରା କୃଷକ ସଭା ର ଜିଲ୍ଳା ସଂପାଦକ କୃଷ୍ଣ ଚନ୍ଦ୍ର ରାଉତ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଥିବା ବେଳେ ଅଖିଳ ଭାରତ କୃଷକ ସଭା ର ରାଜ୍ୟ କାର୍ଯ୍ୟକାରୀ ସଭାପତି ସନାତନ ପାତ୍ର, ସନ୍ତୋଷ କୁମାର ବେହେରା, କାଳନ୍ଦି ବେହେରା, ଶଙ୍କର ପରିଡ଼ା, ଧୁଲେଶ୍ୱର ଭୋଇ, ମନୋଜ ମଲ୍ଲିକ,କୈଳାଶ ଭୋଇ ପ୍ରମୁଖ ଯୋଗଦେଇ ଶୋଭାଯାତ୍ରାରେ ଚାରିଛକ ବଜାର ପରିକ୍ରମା କରି ଗୋପବନ୍ଧୁଙ୍କ ମୂର୍ତ୍ତି ନିକଟରେ ଏକ ପ୍ରତିବାଦ ସଭା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ