ଲୋକଙ୍କ ସୁଖ ଦୁଃଖର ସାଥି ମନ୍ତ୍ରୀ ଶ୍ରୀକାନ୍ତ ସାହୁ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ପୋଲସରା ବ୍ଲକ ଓ ଏନଏସି ଏବଂ ବୁଗୁଡା ବ୍ଳକ ଓ ଏନଏସିକୁ ନେଇ ନୂତନ ଭାବେ ପୋଲସରା ନିର୍ବାଚନ ମଣ୍ଡଳୀ ସୃଷ୍ଟି ହୋଇ ତିନୋଟି ନିର୍ବାଚନର ସମ୍ମୁଖୀନ ହୋଇସାରିଲାଣି। ଏହା ପୂର୍ବରୁ ପୋଲସରା ବ୍ଲକ ଓ ଏନଏସି କୋଦଳା ନିର୍ବାଚନ ମଣ୍ଡଳୀ ଏବଂ ବୁଗୁଡା ବ୍ଲକ ଓ ଏନଏସି ଜଗନ୍ନାଥ ପ୍ରସାଦ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଥିଲେ। ଏହି ଦୁଇ ନିର୍ବାଚନ ମଣ୍ଡଳୀର ସମସ୍ତ ପୂର୍ବତନ ବିଧାୟକ ବୃନ୍ଦଙ୍କ ଲୋକ ସମ୍ପର୍କ ସହ ବର୍ତ୍ତମାନର ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଲୋକ ସମ୍ପର୍କ ତୁଳନା କଲେ ଯଥେଷ୍ଟ ଗୁଣରେ ଅଧିକ ହେବ ଏଥିରେ ସନ୍ଦେହ ନାହିଁ। ଲୋକ ସମ୍ପର୍କରେ ଓଡ଼ିଶାର ୧୪୭ ବିଧାୟକମାନଙ୍କ ମଧ୍ୟରେ ବୋଧହୁଏ ପ୍ରଥମ ହୋଇପାରନ୍ତି। ନିଜ ନିର୍ବାଚନ ମଣ୍ଡଳୀ ରେ ଥିବା ବେଳେ ଶ୍ରୀକାନ୍ତ ସାହୁ କେବେ ମଧ୍ୟ ଘରେ ରହିବା ଦେଖାଯାଇନାହିଁ। ଲୋକଙ୍କ ସୁଖ ଦୁଃଖର ସାଥି ହେବାସହ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି। ବିଭିନ୍ନ ବିବାହ, ବ୍ରତ, ନାଟକ, ନାମଯଜ୍ଞ, ମନ୍ଦିର ପ୍ରତିଷ୍ଠା ପ୍ରକାର କାର୍ଯ୍ୟରେ ଯୋଗଦେଉଥିବା ବେଳେ ଘରପୋଡି, ଅକାଳ ମୃତ୍ୟୁ, ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥାନ୍ତି। ନିକଟରେ ପୋଲସରା ବ୍ଲକ ଅନ୍ତର୍ଗତ ଜକର ଗ୍ରାମର ଟୁନା ଗୌଡ଼ (୩୫) ଙ୍କ ଅକାଳ ମୃତ୍ୟୁ ଘଟିଥିବା ବେଳେ ମାର୍ଚ୍ଚ ୧୧ ତାରିଖ ଦିନ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ବାଲିଛାଇ ଗ୍ରାମର ଭାବଗ୍ରାହୀ ସାହୁ (୧୪) ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ମାର୍ଚ୍ଚ ୧୨ ତାରିଖ ଦିନ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ବୁଗୁଡା ବ୍ଳକର ଏ.ନୂଆଗାଁ ଗ୍ରାମର କାଳୁ ଚରଣ ଦଳେଇ (୨୫) ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ମାର୍ଚ୍ଚ ୧୨ ତାରିଖ ଦିନ ଯାଇ ସମବେଦନା ଜଣାଇଥିଲେ। ପୋଲସରା ବ୍ଳକର ବାଘାଡି ଗ୍ରାମର ସନ୍ତୋଷ ସାହୁ (୩୨) ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁ ପୋଲସରା ମେଡ଼ିକାଲକୁ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ପୋଲସରା ବ୍ଳକ କୁଆନନ୍ଦ ଗ୍ରାମର ହରିବନ୍ଧୁ ରାଉତ ଓ ବାଲିଛାଇ ଗ୍ରାମର ସମାଜସେବୀ ବାଉରୀ ବନ୍ଧୁ ପଣ୍ଡା ଙ୍କ ଅକାଳ ମୃତ୍ୟୁ ଘଟିଥିଲା। ମନ୍ତ୍ରୀ ଶ୍ରୀ ସାହୁ ଉଭୟ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ। ମନ୍ତ୍ରୀ ଥିବା ଯୋଗୁଁ ବହୁ ଗୁରୁଦାୟିତ୍ୱ ଥିବା ସ୍ଵତ୍ତ୍ୱେ ମୃତକଙ୍କ ପରିବାର ନିକଟକୁ ସେ ନିଶ୍ଚିତ ଭାବେ ଯାଇ ସମବେଦନା ଜଣାଇବା ସହ ଆବଶ୍ୟକ ସ୍ଥଳେ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ଏହି ଉତ୍ତମ ଗୁଣ ପାଇଁ ନିଜ ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ଅତି ପ୍ରିୟ ଭାଜନ ହୋଇପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ