ସାଂସ୍କୃତିକ ମହାସଭା ପାଇଁ ପ୍ରସ୍ତୁତି ବୈଠକ
ଗାଙ୍ଗପୁର, (ସନ୍ତୋଷ ବିଶୋଇ):ରବିବାର ଗୋବରା ବୈକୁଣ୍ଠନାଥ ନାଥ ସ୍ୱାମୀ ପ୍ରାଙ୍ଗଣରେ ନାଟଙ୍ଗା ମଣ୍ଡଳ ସଭାପତି ଦିବ୍ୟଲୋଚନ ବିଶ୍ୱାଳଙ୍କ ସଭାପତିତ୍ତ୍ଵରେ ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ସମାଜର ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଅଛି l ଆଗାମୀ ମଈ ମାସରେ ହେବାକୁଥିବା ୩ ଦିନ ବ୍ୟାପି ଏହି ସାଂସ୍କୃତିକ ମହାସଭାର ବ୍ୟାପକ ପ୍ରସ୍ତୁତି ଆବଶ୍ୟକ ରହିଛି l ସାଂସ୍କୃତିକ ଭାବ ଆଦାନ ପ୍ରଦାନ ଏବଂ ସାମାଜିକ ବ୍ୟବସ୍ଥାର ସୁଦୃଢ଼ୀକରଣ ସକାଶେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଆବଶ୍ୟକତାକୁ ହୃଦୟଙ୍ଗମ ପୂର୍ବକ ସମାଜ ସଂସ୍କାର,ରାଷ୍ଟ୍ରପ୍ରେମ, ବନ୍ଧୁତ୍ୱ, ଦାୟିତ୍ୱବୋଧ, ସହଭାଗିତା ଆଦି ବିଷୟବସ୍ତୁ ପର୍ଯ୍ୟବେଷିତ ଏକ ସ୍ମରଣିକା ଉନ୍ମୋଚନ ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆଗତ ହୋଇଥିଲା l ଏଜି ଆଲୋଚନାରେ ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ସ୍ୱାଇଁ, ଉପସଭାପତି ସୁରେନ୍ଦ୍ର ଦାସ କୋଷାଧକ୍ଷ ଗଙ୍ଗାଧର ନାୟକ , ବରିଷ୍ଠ ସଦସ୍ୟ ଗୋପାଳ ଲେଙ୍କା,ଶିବରାମ ରାଉତ,ଗୋରାଚାନ୍ଦ ସ୍ୱାଇଁ,ବିଭୁପାଦ ଜେନା ଓ ସ୍ବସ୍ତି ସୁନ୍ଦର ପ୍ରମୁଖ ଉପସ୍ଥିତିରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିଧିବଦ୍ଧ ଆଲୋଚନା ହୋଇଥିଲା l ଶିବରାମ ରାଉତଙ୍କ ସୃଜନଶୀଳତାରେ ସମାଜ ସଚେତନତା ମୂଳକ ଏକ ରଥ ନାଟଙ୍ଗା ମଣ୍ଡଳ ଅନ୍ତର୍ଗତ ସମସ୍ତ ପଲ୍ଲୀରେ ମହାସଭା ପୂର୍ବରୁ ଭ୍ରମଣ କରିବାର ନିଷ୍ପତି ନିଆଗଲା l ଶେଷରେ ସମ୍ପାଦକ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ


