ଶାଳ ପଟା ଜବତ ୩ ଗିରଫ; କୋର୍ଟ ଚାଲାଣ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳ ରୁ ରବିବାର ସକାଳୁ ବନବିଭାଗ ର କର୍ମଚାରୀ ମାନେ ଚୋରା ଚାଲାଣ ହେଉ ଥିବା ୩୪ ଟି ଶାଳ କାଠ ପଟା କୁ ଜବତ କରିବା ସହ ଚୋରା ଚାଲାଣ ରେ ସଂପୂର୍କ୍ତ ଥିବା ୩ ଜଣ ବ୍ୟକ୍ତି ଙ୍କୁ ଗିରଫ କରିଛି । ଠାକୁରମୁଣ୍ଡା ରେଞ ଅଫିସ କେଶ ନମ୍ବର ୯୫ ଅନୁଯାୟୀ କୋର୍ଟ କୁ ଚାଲାଣ କରିଥିବା ର ବନବିଭାଗ ଠାରୁ ଜଣା ଯାଇଛି।ପ୍ରକାଶ ଯେ,ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ପ୍ରଭାତ କୁମାର କୁଅଁର ଓ କେନ୍ଦୁମୁଣ୍ଡି ବନ୍ୟ ପ୍ରାଣୀ ରେଞ୍ଜର ରମେଶ ଚନ୍ଦ୍ର ମାରାଣ୍ଡି ଙ୍କ ନେତୃତ୍ୱରେ ବନବିଭାଗ ର କର୍ମଚାରୀ ମାନେ ରାତ୍ରି କାଳୀନ ପେଟ୍ରୋଲିଂ କରୁଥିବା ବେଳେ ସାଲେଇବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜମୁପୋଷି ନିକଟରେ ଏକ ପିକ ଅଫ ଭ୍ୟାନ କୁ ପାଇଥିଲେ।ବନବିଭାଗ ର କର୍ମଚାରୀ ମାନଙ୍କୁ ଦେଖି ଭ୍ୟାନ ଚମ୍ପଟ ମାରିବା ଦେଖି ବନବିଭାଗ କର୍ମଚାରୀ ମାନେ ଗାଡିକୁ ପିଛା କରିଥିଲେ।କିନ୍ତୁ ଭୋର ସମୟ ରେ ପ୍ରାୟ ୫ କିଲୋମିଟର ପରେ ବେପାରୀ ମାନେ ଭୋଇରାଣୀବେଡା ଗ୍ରାମ ଜଙ୍ଗଲ ନିକଟରେ ନେଉ ଥିବା କାଠ କୁ ଭ୍ୟାନ ରୁ ପକାଇ ଦେଇ ଭ୍ୟାନ ଟି ନେଇ ଖସି ପଳାଇ ଯାଇଥିଲା ।ପିଛା କରୁଥିବା ବନ କର୍ମଚାରୀ ମାନେ ଜଙ୍ଗଲ ରେ ପଡିଥିବା ପଟା ଗୁଡିକୁ ଜବତ କରିବା ସହ ଜଙ୍ଗଲ ରେ ସନ୍ଦେହ ଜନକ ଭାବ ରେ ବୁଲୁଥିବା ସରୁବିଲ ଗ୍ରାମ ର ରାମଚନ୍ଦ୍ର ବେହେରା,ଖଣ୍ଡବନ୍ଧ ପୁରୁଣାପାଣି ଗ୍ରାମ ର ମଦନ ମହାନ୍ତ, ଚିଆଁବେଡା ଗ୍ରାମ ର ଉଦୟ ହାଇବରୁ କୁ ଧରି ବନ ଭିଭାଗ କାର୍ଯ୍ୟାଳୟ କୁ ଆଣି ତଦନ୍ତ ପରେ ୩ ଜଣ କୁ ଘଟଣା ସହ ସମ୍ପୂର୍କ୍ତି ଥିବା ନେଇ ଗିରଫ ପରେ କୋର୍ଟ କୁ ଚାଲାଣ କରିଛନ୍ତି।ଏହି ଚଢ଼ାଉ ଫୋରେଷ୍ଟର ତପନ ମହାନ୍ତ, ନଳିନୀ ମହାନ୍ତ,ଜ୍ୟାତୀନ୍ଦ୍ର କୁମାର ବେହେରା,ଠାକୁର ଦାସ ହେମ୍ବ୍ରମ, ଫୋରେଷ୍ଟ ଗାର୍ଡ ଭବାନୀ ବେହେରା,ଗୌତମ ବେହେରା ,ସଚିତାନନ୍ଦ ବେହେରା ଙ୍କ ସମେତ ଟିପିଏଫ କର୍ମୀ ମାନେ ସାମିଲ ଥିଲେ


