ଶାସଙ୍ଗ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ସଭା
ବାଲେଶ୍ୱର, (ସରୋଜ ପଣ୍ଡା) :-ସଦର ବ୍ଲକ ଅନ୍ତର୍ଗତ ଶାସଙ୍ଗ ନାରାୟଣ ପ୍ରସାଦ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ସମ୍ପର୍କିତ ପୁରାତନ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. ହରପ୍ରସାଦ ପାଳ ଏଥିରେ ପୌରୋହିତ୍ୟ କରିଥିଲେ । ମୁଖ୍ୟଅତିଥି ଭାବେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୋଗ ଦେଇ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଉନ୍ନତି ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ସଭ୍ୟା ବନଲତା ସେଠୀ, ସ୍ଥାନୀୟ ସରପଞ୍ଚ ପ୍ରଫୁଲ ଦ୍ୱିବେଦୀ, ସମିତି ସଭ୍ୟା ସୁନି ସୋରେନ, ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଦ୍ୱିଜେନ୍ଦ୍ର ନାରାୟଣ ଦାସ, ‘ମୋ ସ୍କୁଲ ଅଭିଯାନ’ର ସଭାପତି ସତ୍ୟ ନାରାୟଣ ମହାପାତ୍ର, ଶିକ୍ଷକ ବୀରକିଶୋର ନାୟକ ଓ ହେମନ୍ତ ଦାସ ଯୋଗ ଦେଇଥିଲେ । ପୁରାତନ ଛାତ୍ର ତଥା ସମାଜସେବୀ ବିକାଶ ଦାସ, ଶିକ୍ଷାବିତ ଭାସ୍କର ମଲ୍ଲିକ, ଆଇନଜୀବୀ ବରେନ୍ଦ୍ର ସେଠୀ, ସାମ୍ବାଦିକ ମଲିକ ରିଜୁଆନ ବିଦ୍ୟାଳୟ ଦିନର ସ୍ମୃତକୁ ମନେ ପକାଇ ନିଜ ନିଜ ର ଅନୁଭୁତ ବର୍ଣ୍ଣନା କରିଥିଲେ । ବହୁ ପୁରାତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ରବୀନ୍ଦ୍ର ବେହେରା ଓ ସୁଦର୍ଶନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


