ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ନର୍ମାଣ ଶ୍ରମିକ ଫେଡ଼େରେସନର ବିକ୍ଷୋଭ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ୧୦ ଦଫା ଦାବି ନେଇ ଆଜି ଓଡ଼ିଶା ନିର୍ମାଣ ଶ୍ରମିକ ଫେଡ଼େରେସନ ତରଫରୁ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କୋଭିଡ୍-୧୯ ସହାୟତା ପାଇନଥିବା ଅବଶିଷ୍ଟ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ତୁରନ୍ତ ପ୍ରଦାନ କରବା ସହ ବିଭିନ୍ନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପୂର୍ବରୁ ପଡ଼ି ରହିଥିବା ନିର୍ମାଣ ଶ୍ରମିକମାନଙ୍କର ପଞ୍ଜିକରଣ ପାଇଁ ଆବେଦନ ଫର୍ମଗୁଡ଼ିକୁ ତୁରନ୍ତ ପଞ୍ଜିକରଣ କରାଯାଉ ଓ ତତ୍ ସଙ୍ଗେ ସଙ୍ଗେ ନୂତନ ଶ୍ରମିକମାନଙ୍କୁ ପଞ୍ଜିକୃତ କରିବା, ବିଗତ ବର୍ଷରୁ ପଡ଼ିରହିଥିବା ବିଭିନ୍ନ ସହାୟତା ଯଥା-ସାଇକେଲ୍, ଯନ୍ତ୍ରପାତି, ନିରାପତ୍ତା ଉପକରଣ, ପ୍ରସୂତୀ କାଳୀନ, ବିବାହ ଓ ଶିକ୍ଷା ସହାୟତା ରାଶି ଗୁଡ଼ିକୁ ତୁରନ୍ତ ପ୍ରଦାନ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା, ସରକାରୀ ଶିକ୍ଷାନୁଷ୍ଠାନ ସହିତ ବେସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢୁଥିବା ନିର୍ମାଣ ଶ୍ରମିକ ପିଲାମାନଙ୍କୁ ଶିକ୍ଷା ସହାତୟା ରାଶି ପ୍ରଦାନ କରିବା, ପଞ୍ଜିକୃତ ହୋଇଥିବା ପରିଚୟ ପତ୍ରରେ ତ୍ରୁଟି (ନାମ, ଠିକଣା, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଆଇଏଫ୍ଏସ୍ସି କୋଡ୍)ଗୁଡ଼ିକୁ ତୁରନ୍ତ ସଂଶୋଧନ ନିମନ୍ତେ ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ କ୍ଷମତା ପ୍ରଦାନ କରିବା, ପଞ୍ଜିକୃତ ନିର୍ମାଣ ଶ୍ରମିକର ମୃତ୍ୟୁ ପରେ ତାହାର ଉତ୍ତରାଧିକାରୀ (ଲିଗାଲ ହେୟର) ପ୍ରମାଣପତ୍ର ଦେଇଥିଲେ ମଧ୍ୟ ଶ୍ରମ ଅଧିକାରୀ ବିଭିନ୍ନ ଆଳ ଦେଖାଇ ଫାଙ୍କି ଦିଆଯିବା, ନିୟମିତ ନବୀକରଣ କରିଥିବା ଜୀବିତ ନିର୍ମାଣ ଶ୍ରମିକଙ୍କୁ ୬୦ ବର୍ଷ ପରେ ସେହି ଶ୍ରମିକ ପରିବାରର ପିଲାମାନଙ୍କୁ ଶିକ୍ଷା ଓ ବିବାହ ସହାୟତା ରାଶି ପ୍ରଦାନ କରିବା, ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଶ୍ରମିକମାନଙ୍କର ସହାୟତା ରାଶି କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ କର୍ମଚାରୀ ନିଯୁକ୍ତି, ୨୦୧୫-୧୬ ବର୍ଷରୁ ବିଭିନ୍ନ ସହାୟତା ରାଶି ମଞ୍ଜୁରୀ ହୋଇଥିଲେ ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟ ତ୍ରୁଟି ପାଇଁ ଏଯାବତ ସେମାନେ ସହାୟତା ପାଇବାରୁ ବଞ୍ôଚତ ଅଛନ୍ତି ତୁରନ୍ତ ଏହାକୁ ସମାଧାନ କରିବା ଏବଂ ଦୁର୍ଘଟଣା ଓ ଦୂରାରୋଗ ଜନିତ ପଡ଼ିରହିଥିବା ଆବଦେନ ପତ୍ରକୁ ଯାଞ୍ଚ କରି ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ଦାବିରେ ଶ୍ରମ କମିଶନରଙ୍କୁ ଦାବିପତ୍ର ଦିଆଯାଇଥିଲା । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଶ୍ରମ କମିଶନର ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମର ନେତୃତ୍ୱ ଆବାହକ ମଣ୍ଡଳୀ ଶ୍ରୀଯୁକ୍ତ ସୁରେଶ ରାଉତରାୟ, ଶ୍ରୀ ଭାଗରଥି ସେନାପତି, ପଞ୍ଚାନନ ମହାରଣା, ସୁନିଲ କୁମାର ଗୌଡ଼, ସଞ୍ଜିବ ମହାନ୍ତି, ମନୋରଞ୍ଜନ ସାହୁ, ବିରଞ୍ôଚ ନାରାୟଣ ବିଶ୍ୱାଳ, ବିକ୍ରମ ସାମଲ, ମୋହନ ମହାରଣା, ପରମାନନ୍ଦ ବେହେରା, ସୁଦର୍ଶନ ବାରିକ, ମାନସ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ନେତୃତ୍ୱ ନେଇଥିଲେ ।


