ଷ୍ଟେଟ ଏସ୍‌ଡିସି ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଗଜପତି ଟିମ୍ ଫୁଲବାଣୀ ଗସ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ପରିସରରୁ ରାଜ୍ୟସ୍ତରୀୟ ଏସ୍‌.ଡି.ସି. ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଗଜପତିର ଉଭୟ ପୁରୁଷ ଏବଂ ମହିଳା ଦଳ ଫୁଲବାଣୀକୁ ଗ୍ରସ୍ତ କରିଥିବା ଜଣାପଡିଛି । ମହିଳା ୨୦ଜଣିଆ ଟିମ୍ ହେଲା ଶିବାନୀ ବେହେର୍ଦଳାଇ, ଏଲିଫା ଶବର, ମମତା ଶବର, ସୁନୀତା ପୂଜାରୀ, ରୀତା ମାଝି, ରେଖା ମାଝି, ଟୁନି ଶବର, ଅମ୍ବିକା ଗମାଙ୍ଗ, ସୁଷମା ଗମାଙ୍ଗ, ରୀନା କିଙ୍ଗଲ, ସୁମିତ୍ରା ଶବର, ପ୍ରଣତୀ ରଇତ, ଏଲିଜାନୀ କାର୍ଯୀ, ଇମିଲି କାର୍ଯୀ, ଜୟଲଳିତା ଗମାଙ୍ଗ, ଝୁନାମଣୀ ଗମାଙ୍ଗ, ମଞ୍ଜୁଳା ନାୟକ, ନମିତା କୁମାରୀ ନାୟକ, ବିଦ୍ୟାବତୀ ଗମାଙ୍ଗ, ଝିଲି ନୁଆପାଇକ ପ୍ରମୁଖ । ୨୦ଜଣିଆ ପୁରୁଷ ଦଳ ହେଲେ କାହ୍ନୁଚରଣ ବେହେରା ଦଳାଇ, ବିକ୍ରମ ବଡମୁଣ୍ଡି, ପଦ୍ମଚରଣ ଶବର, ଜେ.ଗମାଙ୍ଗ, ସତ୍ୟଜିତ ମଲ୍ଲିକ, ପ୍ରକାଶ କୁମାର ନାୟକ, ଶିବରାମ ଶବର, ବିଶ୍ୱନାଥ ଶବର, କୌଳାସ ଶବର, ସୁନୀଲ କାର୍ଯୀ, ଜାକରିୟ ଗମାଙ୍ଗ, ଇଲିସୟା ଶବର, ପ୍ରଣବ ଶବର, ଆର୍‌.ଏସ୍‌. ମଣ୍ଡଳ, ମହେଶ ହନାଗା, ଆଦିତ୍ୟ କାର୍ଯୀ, ବିଶ୍ୱଜିତ ବଡରଇତ, ମୁକେଶ ମଣ୍ଡଳ, ମାଣିକରାମ ହନାଗା, ପ୍ରମୋଦ କୁମାର ଶବର ପ୍ରମୁଖ । ଏମାନେ ସମସ୍ତେ ଫୁଲବାଣୀ ଗସ୍ତ କରିଥିବାବେଳେ ଏମାନଙ୍କ ସହ ଅଫିସିଆଲ ଭାବେ ଧିରେନ୍ଦ୍ର ସାମଲ, ସନ୍ତୋଷ କୁମାର ପଣ୍ଡା, ଜଜ୍ଞନାରାୟଣ ବେହେରା, ବାବୁଲା ଗୁରୁଲା, ତପସ୍ପିନୀ ପଣ୍ଡା, କବିତା ମହାଙ୍କୁଡ ପ୍ରମୁଖ ଦଳସହ ଗସ୍ତକରିଥିବା ଜଣାପଡିଛି । ଜନଜାତିମାନଙ୍କ କ୍ରୀଡାର ବିକାଶ ପାଇଁ ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଏହିପରି ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଗଜପତି ଜିଲାର ଖେଳାଳୀମାନେ ଏଥିରେ ଯେପରି ସଫଳ ହେବେ ସେଥିପାଇଁ ବିଭିନ୍ନ ମହଲରୁ ଶୁଭକାମନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ