ସଂଘରୋଧ ଅବଧିକୁ ୭ଦିନରୁ ୧୪ଦିନକୁ ବୃଦ୍ଧି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡିଆମାନେ ବାଧ୍ୟତା ମୁଳକ ୭ଦିନ ସଂଘରୋଧ କେନ୍ଦ୍ରରେ ରଖାଯାଉଥିବା ବେଳେ ବର୍ତ୍ତମାନ ଏହାକୁ ୧୪ଦିନକୁ ବୃଦ୍ଧି କରାଯାଇଛି । ଏହି ପ୍ରବାସୀମାନେ ୧୪ଦିନ ପରେ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ସେମାନଙ୍କୁ ସରକାରଙ୍କ ନିୟମ ମୁତାବକ ୨ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଅନୁପମ ସାହା ଏକ ପ୍ରେସ ବିବୃତ୍ତିରେ ସୁଚନା ଦେଇଛନ୍ତି । ଏହି ପ୍ରବାସୀମାନେ ୧୪ଦିନିଆ ସଂଘରୋଧ ପରେ ଆଉ ୭ଦିନ ନିଜ ଗୃହରେ ସଂଘରୋଧ ଭାବେ ରହିବେ ବୋଲି ମଧ୍ୟ ସୁଚନା ଦିାଯାଇଛି । ଏହି ସମସ୍ତ ସୁଚନା ରାଜ୍ୟ ସରକାରଙ୍କ ନିର୍ଦ୍ଦ୍ୟେଶ କ୍ରମେ ଗଜପତି ପ୍ରଶାସନ କାର୍ଯ୍ୟକାରୀ କରୁଛନ୍ତି ।


