୧୧୦ ଲିଟର ଦେଶୀ ମଦ ଜବତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଦ୍ରକ ଅବକାରୀ  ବିଭାଗ ପକ୍ଷରୁ ଭଣ୍ଡାରିପୋଖରୀ ଥାନା ଅଂଚଳରେ ଚଢ଼ାଉ କରାଯାଇ ୧୧୦ଲିଟର ଦେଶୀ ମଦ ଜବତ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଥାନା ଅନ୍ତର୍ଗତ ବଡ଼ବନସ୍ତା, ଝୁଟଣା ଓ ତୋଟାସାହି ଗ୍ରାମରେ ଚଢାଉ କରାଯାଇ ୧୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ  ପ୍ରଶାନ୍ତ ଜେନା, ରବୀନ୍ଦ୍ର ଜେନା, କୈଳାଶ ମଳିକ ଏବଂ ସୁନାରାମ ମାଝିଙ୍କୁ ଗିରଫ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ.ଆଇ ନନ୍ଦୁ ନାୟକ, କନେଷ୍ଟବଳ ଅନବାଦିତ୍ୟ ବାରିକ, ପ୍ରଦୀପ ମଲ୍ଲିକ, ସତ୍ୟରଞ୍ଜନ ସେଠୀ, ମିଥୁନ ଜେନା, ସନ୍ଧ୍ୟାରାଣୀ ସେନାପତି ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ