ସପ୍ତାହ ବ୍ୟାପୀ ଶ୍ରୀମଦ ଭାଗବତ ପାରାୟଣ ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ତୁଣ୍ଡୁରା ପଞ୍ଚାୟତର ଖଡୁପାହି ନାରାୟଣ ମଣ୍ଡପ ଠାରେ ଗତ ୧୩ ତାରିଖରୁ ଚାଲିଥିବା ଶ୍ରୀମଦ ଭାଗବତ ପାରାୟଣ ସପ୍ତାହ ଉଦଯାପିତ ହୋଇଯାଇଛି । ଆୟୋଜକ ଆଧ୍ୟାତ୍ମିକବାଦୀ ଇଂ ବିଶ୍ୱନାଥ ପଣ୍ଡା ଏବଂ ସମାଜସେବୀ ଦିଲୀପ କୁମାର ଦାସଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ସପ୍ତାହ ବ୍ୟାପୀ ଚାଲିଥିଲା । ଦୈନିକ ପ୍ରବଚନ କାର୍ଯ୍ୟକ୍ରମରେ ଭଦ୍ରକର ବିଜୟ ରାଘବେନ୍ଦ୍ର ଜୀ ମହାରାଜ ଏବଂ ନୟାଗଡ଼ ଅଞ୍ଚଳର ପ୍ରସିଦ୍ଧ ପ୍ରବଚକ ଗୋପାଳଚନ୍ଦ୍ର ରାଜଗୁରୁ ପ୍ରମୁଖ ଏଥିରେ ପ୍ରବଚଳନ ଦେଉଥିଲେ । ଖଡ଼ୁପାହି ସମେତ ଆଖାପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ପ୍ରତିଦିନ ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିଲେ । କାର୍ଯ୍ୟକ୍ରମର ପ୍ରଥମ ଦିନରେ ଗଙ୍ଗା ଆବାହକ, ଉପଚାର ଏବଂ କଳସ ଯାତ୍ରା ଆଦି ଅନୁଷ୍ଠିତ ହୋଇଥିଲା । ଏହି କଳସ ଯାତ୍ରାରେ ଶତାଧିକ ମହିଳା ଯୋଗ ଦେଇଥିଲେ । ତହିଁଆର ଦିନଠାରୁ ସୂର୍ଯ୍ୟ ପୂଜା, ଶ୍ରୀ ବିଷ୍ନୁ ଷୋଡଶ ଉପଚାର ପୂଜା, ଭାଗବତ ପଠନଶ୍ରୀମତ ଗୀତା ପଠନ, ସନ୍ଧ୍ୟା ଆରତୀ, ନାମ ସଂକୀର୍ତ୍ତନ ସହ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ