ସାନଖେମୁଣ୍ଡି ବ୍ଲକ୍ ରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ;ହାଇସ୍କୁଲ ହେବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ନାହାନ୍ତି ଶିକ୍ଷକ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଶିକ୍ଷାର ବିକାଶ ଅଗ୍ରଗତି କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ବ୍ୟୟକରି ଯୋଜନା ପ୍ରସ୍ତୁତ କରୁଛନ୍ତି ସଭିଏଁ ପଢ଼ନ୍ତୁ ସଭିଏଁ ବଢନ୍ତୁ କେଵଳ ନରବାଜିରେ ସୀମିତ ଆଦିବାସି ଅଧୁସିତ ପାହାଡିଆ ଗ୍ରାମାଞ୍ଚଳରେ ସରକାରୀ ଯୋଜନା ପହଞ୍ଚି ପାରୁନଥିବା ଦେଖିବାକୁ ମିଳିଛି ଯାହାକି ସାନ ଖେମୁଣ୍ଡି ବ୍ଲକ୍ ଠାରୁ ମାତ୍ର ୩ କି ମି ଦୂର ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ ଗ୍ରାମବାସୀ ଙ୍କ ବହୁତ ପ୍ରଚେଷ୍ଟା ଆନ୍ଦୋଳନ ପରେ ୨୦୧୫ ମସିହାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ଅନୁମତି ମିଳିଥିଲା ସେହିଦିନ ଠାରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶ୍ରେଣୀ ଗୃହରେ ଶିକ୍ଷାଦାନ କରାଯାଉଛି ଦୀର୍ଘ୬ବର୍ଷ ଅତିବାହିତ ହୋଇଯାଇଛି କିନ୍ତୁ ନା ଅଛନ୍ତି ଶିକ୍ଷକ ନା ଅଛି ଶ୍ରେଣୀ ଗୃହ ନବମ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ପାଳି କରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନେ ଶିକ୍ଷା ଦାନ କରୁଛନ୍ତି ଏ ନେଇ ବହୁବାର ଉଚ୍ଚ କତ୍ତୃପକ୍ଷ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି କୋଭିଡ଼ି ପାଇଁ ଦୀର୍ଘ ୧୦ମାସ ସ୍କୁଲ ବନ୍ଦ ରହିଥିଲା ଗତ ଜାନୁୟାରୀ ରେ ଦଶମ ଶ୍ରେଣୀ କ୍ଲାସ ଖୋଲାଯାଇଛି ଆଗକୁ ବୋର୍ଡ ପରୀକ୍ଷା ଦୃଷ୍ଟି ରୁ ୧୦୦ଦିନିଆ ପାଠ୍ୟକ୍ରମ ପାଇଁ ବି ଇ ଡ଼ି ଶିକ୍ଷକ ୩ଜଣ ଡେପୁଡିସନ ରେ ଯାଇ ଶିକ୍ଷା ଦାନ କରୁଛନ୍ତି ଉଚ୍ଚ କତ୍ତୃପକ୍ଷ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କୁ ଦୃଷ୍ଟି ରେ ରଖି ନିୟମିତ ଶିକ୍ଷକ ନିଯୁକ୍ତି ଦେଲେ ଶିକ୍ଷା ର ଉନ୍ନତି ହେଲେ ଦେଶ ତଥା ରାଜ୍ୟର ବିକାଶ ହୋଇପାରିବ