କୁଜଙ୍ଗ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଉତ୍ସବ ଅନୁଷ୍ଠିତ

ପାରାଦୀପ , (ଯୁଗାବ୍ଦ ନ୍ୟୁଜ) : ପାରାଦୀପ ମହାବିଦ୍ୟାଳୟଠାରେ କୁଜଙ୍ଗ ସାହିତ୍ୟ ସଂସଦ ପକ୍ଷରୁ ସୋମବାର ଏକ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କବି ପିତାମ୍ବର ତରାଇ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥୀଭାବେ ସୂଚନାଓ ଲୋକସମ୍ପର୍କ ତଥା ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ଡଃ. ରାଜଶ୍ରୀ ମଲ୍ଲିକ, ବିଧାୟକ ସମ୍ବିତ ରାଉତରାୟ , ଅମର ଶତପଥୀ ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଯୋଗଦେଇ ସାହିତ୍ୟ ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ କବିମାନେ ଯୋଗଦେଇ ସେମାନଙ୍କର ଲିଖିତ କବିତା ପାଠ କରିବାସହ ଆଗାମୀ ଦିନରେ କିଭଳି ସାହିତ୍ୟକୁ ନେଇ ନୂଆ ପିଢୀଙ୍କ ମନରେ ଉତ୍ସାହ ସୃଷ୍ଟି କରାଯାଇ ପାରିବ ସେଦିଗରେ ଦୃଷ୍ଟିଦେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ