ସିଆରପିଏଫ ଯବାନଙ୍କର ମୃତ୍ୟୁ
ନାଉଗାଁ,(ଓ୍ବାଇଏନ୍ଏସ୍) : ଜାମ୍ମୁ ଓ କାଶ୍ମିରୀ ସ୍ଥିତ ଶ୍ରୀନଗର ଠାରେ ନାଉଗାଁ ବ୍ଳକର ଜଣେ ସିଆରପିଏଫ ଜବାନଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ତାଙ୍କର ମୃତ୍ୟୁର କାରଣ ଜଣା ପଡି ନଥିବା ବେଳେ ଆତ୍ମହତ୍ୟା କରିଥିବା ତାଙ୍କର ସହକର୍ମୀମାନଙ୍କ ଠାରୁ ସୂଚନା ମିଳିଛି । ଉକ୍ତ ବ୍ଳକର ଜାମୁଗାଁ ପଂଚାୟତର ଛତିଆନା ଗ୍ରାମର ଭୋଳାନାଥ ମହାନ୍ତିଙ୍କ ପୁଅ ରଂଜନ ମହାନ୍ତି ସିଆରପିଏଫ ରେ ଚାକିରି କରୁଥିବା ବେଳେ ବୁଧବାର ତାଙ୍କର ମୃତ୍ୟୁ ଖବର କାର୍ଯ୍ୟାଳୟ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇଥିଲା । ରଂଜନ କିଛି ଦିନ ତଳେ ଘରକୁ ଆସିଥିବା ବେଳେ ୧୫ଦିନ ହେବ ତାଙ୍କର ବଦଳି ଶ୍ରୀନଗର ହେଡ କ୍ୱାଟରକୁ ହୋଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମରଶରୀର ଗୁରୁବାର ବିଳମ୍ବିତ ରାତିରେ ପୈତୃକ ଗ୍ରାମରେ ପହଂଚିବ ବୋଲି ସୂଚନା ମିଳିଛି ।


