ସିପିଆଇ ପକ୍ଷରୁ ସିଦ୍ଧେଶ୍ଵର ପଞ୍ଚାୟତରେ ପଦଯାତ୍ରା ଓ ପଥପ୍ରାନ୍ତ ସଭା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ଵର ପଞ୍ଚାୟତ ର ଆଦିକନ୍ଦପୁର,ଗୋପାଳପୁର,ସିଦ୍ଧେଶ୍ଵର ଏବଂ ଗଣିଆନାଳ ପ୍ରଭୃତି ଗ୍ରାମାଞ୍ଚଳ ରେ ମଙ୍ଗଳବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି( ସିପିଆଇ ) ପକ୍ଷରୁ ଜନ ସଚେତନତା ପଦଯାତ୍ରା ଏବଂ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ଏବଂ ରାଜ୍ୟର ନବୀନ ସରକାରଙ୍କ ଜନମାରଣ ନୀତି ବିରୋଧରେ ସର୍ବ ଭାରତୀୟ ସ୍ତରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ଡ଼ାକରା ଦିଆଯାଇଥିବା ଏହି ପଦଯାତ୍ରା ଓ ଜନ ସଚେତନତା କାର୍ଯ୍ୟକ୍ରମ ରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର,ସିପିଆଇ ବଡ଼ଖେମୁଣ୍ଡି ଜୋନାଲ ସମ୍ପାଦକ କିଶୋର ଶତପଥୀ, ଦୈତାରି ରେଡ୍ଡୀ, ମୂଷା ବେହେରା,ଦେବରାଜ ଜେନା,ଦଣ୍ଡପାଣି ସାହୁ, କୃଷ୍ଣ ବେହେରା,ମହେନ୍ଦ୍ର ବେହେରା,ସନ୍ତୋଷ ଭୁଁୟା,ଲୋକନାଥ ବିଷୋୟୀ,ରମେଶ ଭୂୟାଁ,ଏନ୍.କାଶୀନାଥ ରେଡ୍ଡୀ,ସୁବାସ ବିଷୋୟୀ, ପ୍ରଦୀପ ପରିଡ଼ା, ପ୍ରତାପ ଜେନା ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ସମସ୍ତ ଚାଷଜମି କୁ ଜଳସେଚନ ବ୍ୟବସ୍ଥା,ଗରିବ ଅସହାୟ ଲୋକଙ୍କୁ ଖାଉଟି କାର୍ଡ ପ୍ରଦାନ କରିବା,ସମସ୍ତ ବିଧବା ଏବଂ ବାର୍ଦ୍ଧକ୍ୟ ମାନଙ୍କୁ ଭତ୍ତା ଯୋଗାଇ ଦେବା,ଶିକ୍ଷିତ ବେକାର ଙ୍କୁ ଚାକିରି ନଚେତ ବେକାରୀ ଭତ୍ତା ଯୋଗାଇ ଦେବା,ଜଳ ଭଣ୍ଡାର ଗୁଡ଼ିକର ପୁନରୁଦ୍ଧାର କରାଯାଇ କେନାଲ ଜରିଆରେ ଚାଷଜମି କୁ ଜଳସେଚନ କରାଯିବା,ଅଗ୍ନିପଥ ଯୋଜନା କୁ ବାତିଲ କରାଯିବା,ନୂତନ କଳା ଶିକ୍ଷାନୀତି କୁ ପ୍ରତ୍ୟାହାର କରାଯିବା,କୃଷକ ଙ୍କ ଉତ୍ପାଦିତ ସମସ୍ତ ଧାନ କୁ ମଣ୍ଡି ଜରିଆରେ କ୍ରୟ କରାଯିବା ସହ କ୍ଵିଣ୍ଟାଲ ପିଛା ୪ ହଜାର ଟଙ୍କା ପ୍ରଦାନ କରାଯିବା,କେନ୍ଦ୍ର ସରକାରଙ୍କ ୪ ଶ୍ରମ କୋଡ କୁ ବାତିଲ କରାଯିବା,ପ୍ରବାସୀ ଶ୍ରମିକ ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଥଇଥାନ କରାଯିବା,ଦରଦାମ ବୃଦ୍ଧି ବନ୍ଦ କରାଯିବା,ଗ୍ରାମାଞ୍ଚଳ ମାନଙ୍କରେ ଶିକ୍ଷା,ସ୍ଵାସ୍ଥ୍ୟ ଓ ଗମନାଗମନ ର ଉନ୍ନତି କରାଯିବା,ବ୍ଲକ ସ୍ତରରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା ଦାବି ନେଇ ବିଭିନ୍ନ ଗ୍ରାମରେ ଆୟୋଜିତ ପଥପ୍ରାନ୍ତ ସଭା ମାନଙ୍କରେ ଦଳୀୟ ନେତୃବୃନ୍ଦ ଉଦବୋଧନ ଦେଇଥିଲେ।


