ସୁଦେଷ୍ଣା ପ୍ରମୋଦ ସାହିତ୍ୟ ସଂସଦ ର ବାର୍ଷିକୋତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କଣାସ ବ୍ଲକ୍ କାଦୁଆ ପଞ୍ଚାୟତ ର ଭାଟପଡ଼ା ଗ୍ରାମ ର ସୁଦେଷ୍ଣା ପ୍ରମୋଦ ସାହିତ୍ୟ ସଂସଦ ର ପ୍ରଥମ ବାର୍ଷିକୋତ୍ସବ ଉକ୍ତ ଗ୍ରାମ ସ୍ଥିତ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜ ସାହିତ୍ୟ ପ୍ରବକ୍ତା କୁମାର କବି ପ୍ରଶାନ୍ତ ବାହିନୀପତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ଅତିଥି ଭାବେ ଫକିର ମୋହନ ସାହିତ୍ୟ ପରିଷଦ ର ସମ୍ପାଦକ କବି ଅଭୟ ଦାସ, ବ୍ୟଙ୍ଗ କବି ହାସ୍ୟ କୁମୁଦ ସମ୍ପଦ କୁମାର ରଥ, ପଣ୍ଡିତ କୃଷ୍ଣ ମୋହନ ନନ୍ଦ, ଆଚାର୍ଯ୍ୟ ବିଜୟ ଜୀ,ସର୍ବେଶ୍ଵର ଜେନା ପ୍ରମୁଖ ଯୋଗଦେଇ କବି ଓ ସାହିତ୍ୟିକ ମାନେ ପରିବର୍ତ୍ତନଶିଳ ସମାଜ କୁ ଆଖି ଆଗରେ ରଖି ନିଜ ନିଜ କୃତୀ ରଚନା କରିବାକୁ ଆହ୍ଵାନ ଦେଇଥିଲେ ।ରାଜ୍ଯ ର ବିଭିନ୍ନ ସ୍ଥାନ ରୁ ଆସିଥିବା କବି ଓ କବୟିତ୍ରୀ ମାନେ ସ୍ୱ ସ୍ୱ ରଚିତ କବିତା ପାଠ କରିଥିଲେ। କବିତା ପାଠୋତ୍ସବ କୁ କବୟିତ୍ରୀ କଳ୍ପନା କଳ୍ପଲତା ବିଶ୍ବାଳ ସଂଯୋଜନା କରିଥିବାବେଳେ କବି ସୁବାସ ଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନ ପକ୍ଷରୁ କବି ଓ କବୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବ ରେ ଆମ ପ୍ରତିନିଧି ସନ୍ତୋଷ ଦାଶ ଙ୍କୁ ପ୍ରମୋଦ କୃତୀ ସାମ୍ୱାଦିକ ସମ୍ମାନ ରେ ସମ୍ମାନୀତ କରାଯାଇଥିଲା। କାବ୍ୟ ଭୂଷଣ ଶିବ ପ୍ରସାଦ ବାହିନୀପତି ନୂତନ ଭାବେ ଗଠିତ ଅନୁଷ୍ଠାନ ସଂପର୍କ ରେ ବିବରଣୀ ପ୍ରଦାନ କରିଥିବା ବେଳେ ଶେଷରେ ମାଧବାନନ୍ଦ ଭୋଇ ଧନ୍ୟବାଦ୍
ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ