ଚାରିଛକ ପ୍ରେସ କ୍ଲବ ର ନୂତନ କର୍ମକର୍ତ୍ତା ନିର୍ବାଚିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ଥାନା ଅଧୀନ ଚାରିଛକ ଠାରେ ଗଢି ଉଠିଥିବା ଚାରିଛକ ପ୍ରେସ କ୍ଲବ ତାର ତିନିବର୍ଷ ର କାର୍ଯ୍ୟ କାଳ ପୁରା କରିଥିବା ବେଳେ ଆଜି ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା ।ଉକ୍ତ ପ୍ରେସ କ୍ଳବ୍ ଟି ପୁରୀ ଜିଲାର ଅଗ୍ରଣୀ ପ୍ରେସ କ୍ଳବ୍ ଭିତରୁ ଗୋଟିଏ ।ପ୍ରେସ କ୍ଳବ୍ ଗଠନ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହିତ ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ସମସ୍ୟା ଉତଥାପନ କରିବାରେ ଲାଗିଛି।ଦୀର୍ଘ ତିନି ବର୍ଷ ହେଲା ବିଭିନ୍ନ ଜାତୀୟତା ଦିବସ ପାଳନ ,ରୋଗୀ ମାନଙ୍କୁ ଫଳ ବଣ୍ଟନ,ବୃକ୍ଷ ରୋପଣ ,ବାର୍ଷିକ ଉତ୍ସବ ଆୟୋଜନ ,ଗରିବ ନିରୀହ ଅସହାୟ ଙ୍କୁ ବିଭିନ୍ନ ସାହାଯ୍ୟ ସହଯୋଗ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଜାରି ରଖିଛି। ଚାରିଛକ ରେ ନୂତନ ଥାନା ପ୍ରତିଷ୍ଠା କ୍ଷେତ୍ରରେ ଚାରିଛକ ପ୍ରେସ କ୍ଲବ ର ଅବଦାନ ଅତୁଳନୀୟ।ଗତବର୍ଷ ସରକାର ଙ୍କ ଠାରୁ ପରିବେଶ ପୁରସ୍କାର ପାଇଥିଲା ଯାହାକି ଚାରିଛକ ପ୍ରେସ କ୍ଳବ୍ ପାଇଁ ଏକ ଗର୍ବ ଆଉ ଗୌରବ ର ବିଷୟ।ଆଜି ଚାରିଛକ ପ୍ରେସ କ୍ଳବ ପକ୍ଷରୁ ଅନୁଷ୍ଠିତ ବୈଠକରେ ସମସ୍ତ ଉପଦେଷ୍ଟା ସମେତ କ୍ଳବ୍ ର ପ୍ରାୟ ଅଧିକାଂଶ ସଭ୍ୟା ,ସଭ୍ୟ ଯୋଗ ଦେଇ କର୍ମକର୍ତ୍ତା ଚୟନ କରିଥିଲେ ।ଆଜି ନୂତନ ସଭାପତି ଭାବେ ଶିଶିର କୁମାର ସ୍ୱାଇଁ ,ଉପ ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସମ୍ପାଦକ ଭାବେ ଡଃ. କେଦାର ନାଥ ସାହୁ,ସହ ସମ୍ପାଦକ ଭାବେ ସନ୍ତୋଷ କୁମାର ଦାସ,କୋଷାଧ୍ୟକ୍ଷ ଭାବେ ସୌମ୍ୟ ରଂଜନ ତ୍ରିପାଠୀ ଙ୍କୁ ଚୟନ କରାଯାଇଥିଲା ।ନୂତନ ଭାବେ ଦାଇତ୍ୱ ଗ୍ରହଣ କରିଥିବା କର୍ମକର୍ତ୍ତା ମାନେ ଚରିଛକ୍ ପ୍ରେସ କ୍ଳବ୍ କିପରି ଆଗକୁ ଆହୁରି ଲୋକ ମାନଙ୍କ ଦ୍ଵାରା ଆଦୃତ ହେଇପାରିବ ସେ ଦିଗରେ ଆପ୍ରାଣ ଉଦ୍ୟମ କରିବେ ବୋଲି ମତପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା ଚନ୍ଦ୍ରକାନ୍ତ ଦଳାଇ ,ଗୋପୀନାଥ କର, କାହ୍ନୁ ଚରଣ ବେହେରା, ଆଡଦ୍ଭୋକେଟ ରଜନୀକାନ୍ତ ତ୍ରିପାଠୀ,ମୁରଲୀଧର ଭାରତୀ ,ପ୍ରଫୁଲ୍ଲ କର,ପ୍ରଫୁଲ୍ଲ ସାହୁ,ବସନ୍ତ ମଲ୍ଲ ,ବିଜୟ ବେହେରା, ସରିତାଞ୍ଜଳି ନାୟକ,ଶଶିକାନ୍ତ ତ୍ରିପାଠି,ପ୍ରତାପ ମଲ୍ଲିକ,ବିନୋଦ ପ୍ରଧାନ,ପ୍ରଶାନ୍ତ ସାହୁ,ବସନ୍ତ ଦାସ, କୈଳାସ ପାତ୍ର,ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ୨୫ ରୁ ଉର୍ଦ୍ଧ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ