ସୁରବାବାଙ୍କ ଚାର୍ଜଫ୍ରେମ ଅକ୍ଟୋବର ୧ ତାରିଖ କୁ ରହିଲା ଘୁଞ୍ଚିଲା
ଛତ୍ରପୁର : ଛତ୍ରପୁର ସବଡିଭିଜନାଲ ମାଜିଷ୍ଟେଟଙ୍କ ଅଦାଲତରେ ଆଜି ବହୁ ଚର୍ଚ୍ଚିତ ସୁରବାବାଙ୍କ ଜମି ହଡପ ମାମଲାର ଚାର୍ଜଫ୍ରେମ ହେବାପାଇଁ ଧାର୍ଯ୍ୟ ହୋଇଥିଲ।। କିନ୍ତୁ ମାମଲାର ମୁଖ୍ୟ ଅଭିଯୁକ୍ତ ସୁରବାବ ଓରଫ ସୁରେନ୍ଦ୍ର ନାଥ ମିଶ୍ର ଅନୁପସ୍ଥିତ ରହିଥିବା ଯୋଗୁଁ ଆସନ୍ତା ୧ ତାରିଖକୁ ଧାର୍ଯ୍ୟ ରହିଛି । ଅନ୍ୟତମ ଅଭିଯୁକ୍ତ ସୁରବାବାଙ୍କ ପୁଅ ତ୍ରିଲୋଚନ ମିଶ୍ର ଆଜି ଏସଡିଜେଏମ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଅଦାଲତରେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ବ୍ରହ୍ମପୁର ସହରର ବ୍ୟବସାୟୀ ମୋଚିରାମ ସାହୁଙ୍କ ଛତ୍ରପୁର ସ୍ଥିତ ଜାତୀୟରାଜପଥ ପାଶ୍ୱର୍ ଜୟଦୂର୍ଗା ନଗର ଠାରେ ଥିବା ଜମିକୁ ତ୍ରାହି ଅଚ୍ୟୁତ ଆଶ୍ରମ କରିବା ପାଇଁ ହଡପ କରିଥିଲେ । ଏନେଇ ସେ ଛତ୍ରପୁର ଥାନାରେ ମାମଲା କରିବା ଯୋଗୁଁ ଜିଆର କେସ ନଂ ୨୫୮/୨୦୧୫ରେ ଦଫା ୪୨୦/୪୬୭/୪୬୮/୪୭୧/୪୦୬/୫୦୬/୧୨୦/୩୪ଆପିସି ଧାରାରେ ମାମଲା ରଜୁ ହୋଇ ଅଭିଯୁକ୍ତ ମାନେ ଜେଲଯାଇଥିଲେ । ଏହି ମାମଲାକୁ ୪.୦୯.୨୦୧୫ରେ କ୍ରାଇମ ବ୍ରାଂଚ ତଦନ୍ତ କରୁଛି । ଏଥି ମଧ୍ୟରେ ଉଭୟ ପକ୍ଷ ଆପୋଷ ବୁଝାମଣା ପାଇଁ ଆବେଦନ ଛତ୍ରପୁର ଏସଡିଜେଏମ କୋର୍ଟରେ ଦାଖଲ ହୋଇଛି । ଏହାର ଶୁଣାଣୀ କ୍ରାଇମ୍ ବ୍ରାଂଚ କ୍ୟାଡର ଏପିପି ଉପସ୍ଥିତିରେ ୧.୧୦.୨୦୧୯ରେ ଶୁଣାଣୀ କରାଯିବ । ଆଜି କ୍ରାଇମବ୍ରାଂଚ ପକ୍ଷରୁ ଇନିସପେକ୍ଟର ସରୋଜ ମହନ୍ତ ଉପସ୍ଥିତ ଥିଲେ । ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜିବୀ କେ.ଶିବରାମ ରେଡ୍ଡୀ ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ରାଜେଶ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି । ପ୍ରକାଶ ଥାଉକି ଯେ ସୁରବାବା ଛତ୍ରପୁର ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ କରିଥିଲେ । ସେଠାରେ ସର୍ବଦା ପୂଜାପାଠ ହେବାସହ ଛତ୍ରପୁର ସମେତ ଜିଲ୍ଲାର ବହୁ ଭକ୍ତମାନେ ଆସି ପୂଜାଅର୍ଚ୍ଚନା କରୁଥିଲେ ।