ସୋରଡ଼ା ବିଜେପିର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା

ଗାଙ୍ଗପୁର,(ଶିବରାମ ଚୌଧୁରୀ): ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଜେପିକୁ ତୃଣମୂଳସ୍ତରରୁ ସୁଦୃଢ କରିବା ପାଇଁ ବିଭିନ୍ନ ମଣ୍ଡଳରେ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଚାଲୁ ରହିଛି I ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଏବଂ ନେଟେଙ୍ଗା ମଣ୍ଡଳରେ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଆନୁଷ୍ଠିତ ହୋଇଯାଇଛି I ସଭାପତି ସୁରେନ୍ଦ୍ର ଡାକୁଆଙ୍କ ସଭାପତିତ୍ଵରେ ଗାଙ୍ଗପୁର ମଣ୍ଡଳର ପ୍ରଶିକ୍ଷଣ ଶିବିର ଗାଙ୍ଗପୁର ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ମଣ୍ଡଳ ସଭାପତି ପ୍ରହଲ୍ଲାଦ ଲେଙ୍କାଙ୍କ ସଭାପତିତ୍ୱରେ ନେଟେଙ୍ଗା ମଣ୍ଡଳର ପ୍ରଶିକ୍ଷଣ ଶିବିର ମାଆ ଉଖୂଡେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି I ଉଭୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ ଯୋଗ ଦେଇ ବିଜେପିର ଇତିହାସ ଓ ଆମ ଦାୟିତ୍ୱ, ବୈଚାରିକ ବିଚାର ଧାରା, ବୈଭବତା ଏବଂ ସାମାଜିକ ଗଣ ମାଧ୍ୟମର ପ୍ରଭାବି ଉପଯୋଗ ଉପରେ ଗୂରୂତ୍ୱାରୋପ କରିଥିଲେ I ଅନ୍ୟତମ ଅତିଥି ରୂପେ ସୋରଡ଼ା ନିର୍ବାଚନ ମଣ୍ଡଳୀର ମୁଖ୍ୟ ସଂଯୋଜକ ତଥା ଜିଲ୍ଳା ବିଜେପି ସାଧାରଣ ସମ୍ପାଦକ ରଞ୍ଜନ ରାଉତ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଞ୍ଚାଳନ କରି ସଂଗଠନକୁ ମଜବୁତ୍ କରି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ I ପ୍ରଭାରୀ ଭାବେ ସନ୍ତୋଷ ତିଆଡ଼ି, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ପ୍ରଦୀପ କୁମାର ସାହୁ ଏବଂ ଗଜପତି ଜିଲ୍ଳା ବିଜେପି ପ୍ରଭାରୀ ସରୋଜ କୁମାର ସାବତ ଯୋଗ ଦେଇ ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ ମାନନୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବାକୁ ନିବେଦନ କରିଥିଲେ I କାର୍ଯ୍ୟକ୍ରମରେ ବହୁ ବିଜେପି କର୍ମୀଙ୍କ ସହିତ ମଣ୍ଡଳ ସଭାପତି ସୁରେନ୍ଦ୍ର ସାହୁ, ରାଧା ମୋହନ୍ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ