ଏନଏସଏସ ଆନ୍ତଃମହାବିଦ୍ୟାଳୟ ନେତୃତ୍ୱ ଶିବିର ଉଦଯାପିତ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ସେବା ଯୋଜନା ପକ୍ଷରୁ ଅକ୍ଟୋବର ୨୧, ୨୨ ଓ ୨୩ ତାରିଖ ତିନି ଦିନ ପାଇଁ ଅନୁଷ୍ଠିତ ହୋଇଥିବା ଆନ୍ତଃମହାବିଦ୍ୟାଳୟ ନେତୃତ୍ୱ ତାଲିମ ଶିବିର ଅକ୍ଟୋବର ୨୩ ତାରିଖ ଦିନ ଉଦଯାପିତ ହୋଇଯାଇଛି। ରାଷ୍ଟ୍ରୀୟ ସେବା ଯୋଜନା ଆନୁକୂଲ୍ୟରେ ତିନିଦିନ ଧରି ଚାଲିଥିବା ନେତୃତ୍ୱ ତାଲିମ ଶିବିରର ଉଦଯାପନି ଦିବସରେ ଓଡିଶା ରାଜ୍ୟ ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀଙ୍କ ବୀମା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପରିଦର୍ଶନରେ ଯାଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରିନ୍ସପାଲ ଡକ୍ଟର ଦିବାକର ମିଶ୍ର ଅଧ୍ୟକ୍ଷତା କରିଥିଲେ। ତୃତୀୟ ଦିବସ ତଥା ଶେଷ ଦିନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏନଏସଏସ ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡା, ଓ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଏନଏସଏସ ପ୍ରୋଗ୍ରାମ ଅଫିସର ସୁଦାମ ଚରଣ ବିଷୋୟୀ ଯୋଗଦେଇଥିଲେ। ସାଧନ କର୍ମୀ ଭାବେ ସତୀଶ କୁମାର ନାୟକ ଓ ଜ୍ୟୋତିର୍ମୟ ପଟ୍ଟନାୟକ ଯୋଗଦେଇ ଯୁବ ସ୍ବେଚ୍ଛାସେବୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ଶିବିର ରେ ୧୪ ଟି ମହାବିଦ୍ୟାଳୟ ର ୮୫ ଜଣ ଏନଏସଏସ ସ୍ବେଚ୍ଛାସେବୀ ଓ ୭ ଜଣ ପ୍ରୋଗ୍ରାମ ଅଫିସର ଯୋଗଦେଇଥିଲେ। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ବସନ୍ତ କୁମାର ପାଣି, ପ୍ରମୋଦ କୁମାର ରଥ, ବିରଞ୍ଚିନାରାୟଣ ରଥ, ଶେଖ ଫରିଦ, ରୁଦ୍ର ପ୍ରତାପ ଗୌଡ଼, ଅନିଲ କୁମାର ଦାଶ, କିଶୋର ଚନ୍ଦ୍ର ଜେନା, ବିଶ୍ଵନାଥ ଚୌଧୁରୀ, ବନିତା କୁମାରୀ ଦାଶ, ଓ ସୁଜାତା ରାଣୀ ବେହେରା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମହାବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନା ସଂଯୋଜକ ଡକ୍ଟର ଜ୍ୟୋସ୍ନା ରାଣୀ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ