ସମ୍ଭାବ୍ୟ ବାତ୍ୟା କୁ ନେଇ ଉପକୂଳ ବାସୀ ଆତଙ୍କିତ : ପ୍ରଶାସନ ସଜାଗ
ନିମାପଡା, (ସନ୍ତୋଷ ଦାଶ) :-ବଙ୍ଗୋପସାଗର ରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା କୁ ନେଇ ପୁରୀ ଜିଲ୍ଲା ର ଉପକୂଳ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ଯଦିଓ ବାତ୍ୟା ଅସାନୀ ଉପକୂଳ ଛୁଇଁବ ନାହିଁ ତେବେ ଏହାର ପ୍ରଭାବରେ ପବନ ଓ ପ୍ରବଳବର୍ଷା ହେବାର ଆଶଙ୍କା ରହିଥିବାରୁ ତଳିଆ ଅଞ୍ଚଳ ର ଲୋକଓ ଚାଷୀ ମାନେ ଆତଙ୍କିତ ହୋଇପଡିଛନ୍ତି । ସମ୍ଭାବ୍ୟ ବାତ୍ୟା କୁ କିପରି ମୁକାବିଲା କରାଯାଇପାରିବ ସେ ଦିଗରେ ଆଜି ପୁରୀ ଜିଲ୍ଲା ଗୋପ ବ୍ଲକ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିମାପଡା ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ଉପସ୍ଥିତ ରେ ବୈଠକ କରାଯାଇଥିଲା । ଏହି ବୈଠକରେ ଗୋପ ବ୍ଲକ ଅଧଃକ୍ଷା ଶ୍ରୀମତୀ ଝୁନୁ ଲତା ମଲ୍ଲିକ ,ଉପଦକ୍ଷ ବନରଞ୍ଜନ ପଟ୍ଟନାୟକ , ଗୋପ ବ୍ଲକ ଅଧିକାରୀ ଦୀପ୍ତିରଣୀ ଦାସ ,ନିମାପଡା ଏସଡ଼ିପିଓ ଦେବାଶିଷ ମିଶ୍ର ,ସହିତ ସମସ୍ତ ପଞ୍ଚାୟତର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।ଏହି ବୈଠକରେ ଆସୁଥିବା ବାତ୍ୟା ବର୍ଷା ରୁ କିଭଳି ସୁରକ୍ଷିତ ରହିବା ସହ କାହାର କିଛି ଦୁର୍ଘଟଣାରେ ନ ଘଟିବା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରା ଯାଇଥିଲା । ଅସ୍ତରଙ୍ଗ ଓ ଗୋପ ଠାରେ ୨ ଟି ଓଡ୍ରାଫ୍ଟ ଟିମ ପହଞ୍ଚିଥିବା ବେଳେ ସ୍ଥାନୀୟ ଅଞ୍ଚଳ ର ଅଗ୍ନିଶମ ବାହିନୀ ନିଜକୁ ପ୍ରସ୍ତୁତ କରିଥିବା, ଉପକୂଳ ଅଞ୍ଚଳ ରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ କୁ ପ୍ରସ୍ତୁତ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।


