ହିଞ୍ଜିଳିକାଟୁ ପରିବା ବଜାରରୁ ହେଲା ଜବର ଦଖଲ ଉଛେଦ

ହିଞ୍ଜିଳିକାଟୁ, ( ଶେଷଦେବ ସାହୁ) : ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ତଥା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କନିର୍ବାଚନ ମଣ୍ଡଳୀର ଏକମାତ୍ର ପୌରାଂଚଳ ହିଂଜିଳିକାଟୁ ପରିବା ବଜାର ମଧ୍ୟରେ ଦୀର୍ଘ ଦିନ ଧରି ଅସମ୍ଭବ ଭିଡ଼ ଲାଗି ରହିବା ସହ ଟ୍ରାଫିକ ବ୍ୟବସ୍ଥା ଅଣାୟତ ହୋଇ ପଡ଼ିଥିଲା । ଏ ନେଇ ‘ଯୁଗାବ୍ଦ ନ୍ୟୁଜ୍‌’ରେ ଖବର ପ୍ରକାଶନ ପରେ ଚେତିଲା ପ୍ରଶାସନ । ଘଟଣାକୁ ଗମ୍ଭୀରତାର ସହ ନେଇ ଗୁରୁବାର ପୌର ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ସ୍ଥାନୀୟ ପରିବା ବଜାରରୁ ଜବର ଦଖଲ ଉଛେଦ ପକ୍ରିୟା ଆରମ୍ଭ କରାଯାଇଛି । ସ୍ଥାନୀୟ ପରିବା ବଜାର ଡ଼୍ରେନ ସମ୍ମୁଖରେ ଅସ୍ଥାୟୀ ଭାବେ ଦୋକାନ ବଜାର ଖୋଲିଥିବା ପରିବା ବ୍ୟବସାୟୀଙ୍କୁ ଉଛେଦ କରାଯାଇ ପରିବା ବଜାର ପଛଭାଗରେ ଥିବା ଖାଲି ସ୍ଥାନରେ ଖୁଚୁରା ପରିବା ବ୍ୟବସାୟୀ ମାନଙ୍କୁ ଥାଇଥାନ କରାଯାଇଛି । ଅଗାମୀ ଦିନରେ ଯେଉଁ ବ୍ୟବସାୟୀ ପରିବା ବଜାର ପରିସରରେ ଥିବା ଡ଼୍ରେନ ସମ୍ମୁଖ ଭାଗରେ ଅସ୍ଥାୟୀ ଭାବେ ବ୍ୟବସାୟ ଆରମ୍ଭ କଲେ ପୌର ପ୍ରଶାସନ ପକ୍ଷରୁ କଡ଼ା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଛି । ଜବର ଦଖଲ ଉଛେଦ ସମୟରେ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, କୌଳାସ ସାବତ, ମୋହନ ଅଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ସ୍ଥାନୀୟ ପରିବା ବଜାର ମଧ୍ୟ ଦେଇ ହିଂଜିଳିକାଟୁ ଠାରୁ ବହୁ ଯାତ୍ରୀବାହୀ ବସ୍‌, ଟ୍ରକ, କାର, ଅଟୋ ସମେତ ବହୁ ଛୋଟବଡ଼ ଗାଡ଼ି ଯାତାୟତ କରିବା ସହ ଉକ୍ତ ରାସ୍ତା ଦେଇ ହିଂଜିଳି ପ୍ରାଥମିକ ବିଦ୍ୟାଳୟ, ସରକାରୀ ବୃନ୍ଦାବନ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ବିଦ୍ୟାଳୟକୁ ଯାତାୟତ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ଉଥିବା ଯୋଗୁଁ ଶିକ୍ଷାର୍ଥୀଙ୍କ ସମେତ ବହୁ ଜନସାଧାରଣ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଯୁଗାବ୍ଦ ନ୍ୟୁଜ୍‌ରେ ଖବର ପ୍ରକାଶନ ପରେ ପ୍ରଶାସନ ଚେତିବା ଯୋଗୁଁ ଅଂଚଳବାସୀ ସଂପୃକ୍ତ ଖବରକାଗଜର ସମ୍ପାଦକଙ୍କୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ